ଓଡିଶା

odisha

ETV Bharat / bharat

ବିଷାକ୍ତ ମଦ ନେଲା 4 ଜୀବନ, 5 ଗୁରୁତର ମେଡିକାଲରେ ଭର୍ତ୍ତି

ବିଷାକ୍ତ ମଦ ପିଇବା ଯୋଗୁଁ 4 ଜଣ ପ୍ରାଣ ହରାଇଛନ୍ତି ଏବଂ 5 ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

ବିଷାକ୍ତ ମଦ ନେଲା 4 ଜୀବନ, 5 ଗୁରୁତର ମେଡିକାଲରେ ଭର୍ତ୍ତି
ବିଷାକ୍ତ ମଦ ନେଲା 4 ଜୀବନ, 5 ଗୁରୁତର ମେଡିକାଲରେ ଭର୍ତ୍ତି

By

Published : Nov 21, 2020, 9:42 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲା ଫୁଲପୁର ଥାନା ଅନ୍ତର୍ଗତ ଅମିଲିଆ ଗାଁରେ ବିଷାକ୍ତ ମଦ ମୃ୍ତ୍ୟୁ ଘଟଣା ପ୍ରକାଶ ପାଇଛି । ବିଷାକ୍ତ ମଦ ପିଇବା ଯୋଗୁଁ 4 ଜଣ ପ୍ରାଣ ହରାଇଛନ୍ତି । ଏଥିରେ ପାଖାପାଖି 5 ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ଶୁକ୍ରବାର ସରକାରୀ ସୂତ୍ରରୁ ଜଣାପଡିଛି ।

ସୂଚନା ମୁତାବକ, ଘଟଣା ଜଣାପଡିବା ପରେ ଏକ ତଦନ୍ତକାରୀ ଦଳ ଅମିଲିଆ ଗାଁରେ ପହଞ୍ଚିଛନ୍ତି । ସେମାନେ ଏହି ମଦର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛନ୍ତି । ବିଷାକ୍ତ ମଦ ଯୋଗାଣ ପଛରେ ଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି ଏବଂ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

@ANI

ABOUT THE AUTHOR

...view details