ଓଡିଶା

odisha

ETV Bharat / bharat

TMCରେ ସାମିଲ ହେଲେ ବାବୁଲ ସୁପ୍ରିଓ, ସାଂସଦ ପଦ ଛାଡିବା ନେଇ କଲେ ସ୍ପଷ୍ଟ

TMCରେ ସାମିଲ ହେଲେ ପୂର୍ବତନ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ଖୁବ ଶିଘ୍ର ଛାଡିବେ ସାଂସଦ ପଦ । ମମତାଙ୍କୁ ଦେଲେ ଧନ୍ୟବାଦ ଓ କହିଲେ ବଙ୍ଗବାସୀଙ୍କ ସେବା କରିବା ପାଇଁ ପୂର୍ବାପେକ୍ଷା ଅଧିକ ସୁଯୋଗ ପାଇବି । ଅଧିକ ପଢନ୍ତୁ....

TMCରେ ସାମିଲ ହେଲେ ବାବୁଲ ସୁପ୍ରିଓ
TMCରେ ସାମିଲ ହେଲେ ବାବୁଲ ସୁପ୍ରିଓ

By

Published : Sep 18, 2021, 3:15 PM IST

Updated : Sep 18, 2021, 4:02 PM IST

କୋଲକାତା:BJP ଛାଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସାଂସଦ ବାବୁଲ ସୁପ୍ରିଓ ଆଜି (ଶନିବାର) ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି କୋଲକାତାରେ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ଟିଏମସି ସାଧାରଣ ସମ୍ପାଦକ ଅଭିଶେକ ବାନାର୍ଜୀ ସୁପ୍ରିଓଙ୍କୁ ସ୍ବାଗତ କରିଛନ୍ତି ।

ଚଳିତ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ସହ ଅସନ୍ତୁଷ୍ଟ ଥିଲେ ବାବୁଲ । ପରେ ସେ ବିଜେପି ଛାଡିଥିବା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ତେବେ ସେବେଠାରୁ ସେ ଟିଏମସିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ଦଳୀୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଟିଏମସିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ ବାବୁଲ ସୁପ୍ରିଓ । ଦୀର୍ଘଦିନର ପୁଞ୍ଜୀଭୂତ ଅସନ୍ତୋଷର ଆଜି ଶେଷ ଘଟିଛି।

ତେବେ ଟିଏମସିରେ ମିଶିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତିି ବାବୁଲ ସୁପ୍ରିୟୋ । ଟିଏମସିରେ ସାମିଲ ହେବା ତାଙ୍କ ପାଇଁ ଏକ ସୁଯୋଗ ଓ ଏହା ଫଳରେ ବଙ୍ଗଳାର ଜନତାଙ୍କ ସେବା କରିବା ପାଇଁ ପୂର୍ବାପେକ୍ଷା ଅଧିକ ସୁଯୋଗ ମିଳିବ ବୋଲି ମଧ୍ୟ କହିଛନ୍ତି ବାବୁଲ। ବେଙ୍ଗଳା ବାସୀଙ୍କ ଭରସା ଓ ବିଶ୍ବାସ ମମତା ବାନାର୍ଜୀଙ୍କ ସହିତ ରହିଛି । ଟିଏମସିରେ ସାମିଲ ହେବା ବର୍ତ୍ତମାନ ସମୟର ତାଙ୍କ ପାଇଁ ସବୁଠୁ ଭଲ ନିଷ୍ପତ୍ତି । ଏହି ନିଷ୍ପତ୍ତି ଫଳରେ ତାଙ୍କ ପରିବାର ଓ ଶୁଭେଚ୍ଛୁ ମଧ୍ୟ ଖୁସି ଅଛନ୍ତି ବୋଲି କହିଛନ୍ତି ବାବୁଲ। ସେହିପରି ସାଂସଦ ପଦ ନେଇ ଲାଗି ରହିଥିବା ପ୍ରଶ୍ନର ମଧ୍ୟ ଉତ୍ତର ଦେଇ ଖୁବ ଶିଘ୍ର ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନରେ ବିଜେପି ପକ୍ଷରୁ ଜାରି କରାଯାଇଥିବା 18 ଜଣିଆ ତାରକା ପ୍ରଚାରକ ତାଲିକାରେ ମଧ୍ୟ ସ୍ଥାନ ପାଇଥିଲେ ବାବୁଲ । ଏହି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରତିଦ୍ବନ୍ଦିତା କରିବେ। ତେବେ ଉପନିର୍ବାଚନର ଠିକ ପୂର୍ବରୁ ବାବୁଲଙ୍କ ମୋଦି କ୍ୟାମ୍ପ ଛାଡି ଦିଦି ଗଡରେ ସାମିଲ ହେବା ପଶ୍ଚିମବଙ୍ଗରେ ବିଜେପିକୁ ଧକ୍କା ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତୋବେ ବାବୁଲଙ୍କ ଇସ୍ତଫା ପରେ ବିଜେପି କଣ ପ୍ରତିକ୍ରିୟା ରଖୁଛି ତାକୁ ଅପେକ୍ଷା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 18, 2021, 4:02 PM IST

ABOUT THE AUTHOR

...view details