ଓଡିଶା

odisha

ETV Bharat / bharat

କେସିଆର ହସପିଟାଲରୁ ଡିସଚାର୍ଜ: ହିପ୍ ରିପ୍ଲେସମେଣ୍ଟ୍ ପରେ ସଂପୂର୍ଣ୍ଣ ସୁସ୍ଥ - ତେଲେଙ୍ଗାନା

KCR discharged from Hospital: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବେ ସଂପୂର୍ଣ୍ଣ ସୁସ୍ଥ । 8 ଦିନ ପରେ ହସପିଟାଲରୁ ଡିସଚାର୍ଜ ହେଲେ ବିଆରଏସ ମୁଖ୍ୟ । ଅଧିକ ପଢ଼ନ୍ତୁ,

କେସିଆର ହସପିଟାଲରୁ ଡିସଚାର୍ଜ: 8 ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ
କେସିଆର ହସପିଟାଲରୁ ଡିସଚାର୍ଜ: 8 ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ

By ETV Bharat Odisha Team

Published : Dec 15, 2023, 12:38 PM IST

କେସିଆର ହସପିଟାଲରୁ ଡିସଚାର୍ଜ: 8 ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ

ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହାଇଦ୍ରାବାଦର ଏକ ଘରେଇ ହସପିଟାଲରୁ କେସିଆର ଆଜି ଡିସଚାର୍ଜ ହୋଇଛନ୍ତି । ଗାଧୁଆ ଘରେ ପଡ଼ିଯାଇଥିବା କେସିଆରଙ୍କର ହିପ୍ ରିପ୍ଲେସମେଣ୍ଟ କରାଯାଇଥିଲା। ଡିସେମ୍ବର 7 ତାରିଖରେ କେସିଆର ନିଜ ଫାର୍ମ ହାଉସ ଇରାଭାଲ୍ଲିରେ ଗାଧୁଆ ଘରେ ପଡ଼ିଯିବାରୁ ତାଙ୍କର ବାମ ପଟ କଟିଦେଶରେ ଗଭୀର ଆଘାତ ଲାଗିଥିଲା ।

8 ଦିନ ପରେ ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି କେସିଆର। ଗତ 7 ତାରିଖରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସୂଚନା ଅନୁସାରେ କେସିଆର ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ହିପ୍ ରିପ୍ଲେସମେଣ୍ଟ ପରେ ତାଙ୍କର ସ୍ବାସ୍ଥ୍ଯାବସ୍ଥା ସ୍ବାଭାବିକ ହୋଇଛି। ସେ ଚାଲି ପାରୁଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ଯାବସ୍ଥାରେ ଆଉ କୌଣସି ଅସୁବିଧା ନାହିଁ ବୋଲି ହସପିଟାଲ ସୂତ୍ରରୁ ସୂଚନା ଦିଆଯାଇଛି। ଡିସେମ୍ବର 7 ତାରିଖରେ କେସିଆର ନିଜ ଫାର୍ମ ହାଉସ ବାଥ୍ରେ ରୁମରେ ତଳେ ପଡିଯାଇ ଆହତ ହୋଇଥିଲେ । ସେହିଦିନ ରାଜିତିରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର ବାମ ପଟ ହିପ୍ ରିପ୍ଲୋସମେଣ୍ଟ (କଟିଦେଶ ପ୍ରତିରୋପଣ) କରାଯାଇଥିଲା। ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କେସିଆରଙ୍କ ଅସ୍ତ୍ରୋପଚାର କରିଥିଲେ। ହସପିଟାଲର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କେସିଆରଙ୍କ ସ୍ବାସ୍ଥ୍ଯାବସ୍ଥାର ପରୀକ୍ଷୀ ନିରୀକ୍ଷା କରୁଥିଲେ।

ଏହାମଧ୍ୟ ପଢ଼ନ୍ତୁ: ହିପ୍ ରିପ୍ଲେସମେଣ୍ଟ ପରେ କେସିଆରଙ୍କ ପ୍ରଥମ ଭିଡିଓ, ଦେଖନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା

କେସିଆର ହସପିଟାଲରେ ଭର୍ତ୍ତି ହେବା ପରେ, ତେଲେଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡି ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ ଚନ୍ରବାବୁ ନାଇଡୁଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ହସପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ ଜରିଆରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେସିଆରଙ୍କ ଶୀଘ୍ର ସୁସ୍ଥ କାମନା କରିଥିଲେ।

ଏହାମଧ୍ୟ ପଢ଼ନ୍ତୁ: କେସିଆର୍‌ଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟ ପରେ କେସିଆର, ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପ୍ରଗତୀ ଭବନ ଛାଡ଼ି, ନିଜ ଫାର୍ମ ହାଉସ ଇରାଭେଲ୍ଲିକୁ ସ୍ଥାନାନ୍ତରିତ ହୋଇଥିଲେ । କେସିଆର ହେଉଛନ୍ତି ତେଲେଙ୍ଗାନାର ପ୍ରଥମ ମୁଖମନ୍ତ୍ରୀ। ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ଗଠନରେ କେସିଆରଙ୍କ ପ୍ରମୁଖ ଭୂମିକା ରହିଛି। ସେ 2014ରୁ 2023 ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ । କେସିଆରଙ୍କ ଦଳ ବିଆରଏସ 2014 ଏବଂ 2018ରେ ଲଗାତର ଦୁଇ ଥର ବିଜୟୀ ହୋଇଥିଲା। ତେବେ 2023 ବିଧାନସଭା ନିର୍ବାଚନରେ କେସିଆରଙ୍କ ବିଆରଏସ ପାର୍ଟି ପରାସ୍ତ ହେବା ପରେ, ଚଳିତ ମାସ 3 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେସିଆର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details