ଓଡିଶା

odisha

ETV Bharat / bharat

କଂଗ୍ରେସ ଛାଡିଲେ କ୍ୟାପଟେନ ଅମରିନ୍ଦର, ଘୋଷଣା କଲେ ନିଜ ନୂଆ ଦଳ ନାଁ

କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ଅମରିନ୍ଦର ସିଂହ । ନିଜର ଦଳ ନାଁ ମଧ୍ୟ କଲେ ସାର୍ବଜନୀନ । ଅଧିକ ପଢନ୍ତୁ...

ବିଧବଦ୍ଧ ଭାବେ ଇସ୍ତଫା ଦେଲେ ଅମରିନ୍ଦର ସିଂହ, ଘୋଷଣା କଲେ ନିଜ ନୂଆ ଦଳ ନାଁ
ବିଧବଦ୍ଧ ଭାବେ ଇସ୍ତଫା ଦେଲେ ଅମରିନ୍ଦର ସିଂହ, ଘୋଷଣା କଲେ ନିଜ ନୂଆ ଦଳ ନାଁ

By

Published : Nov 3, 2021, 8:03 AM IST

ଚଣ୍ଡୀଗଡ: କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୭ ପୃଷ୍ଠାର ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏହା ସଙ୍ଗେ ସଙ୍ଗେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସେ ନିଜ ନୂଆ ଦଳ ନାମ ମଧ୍ୟ ସାର୍ବଜନୀନ କରିଛନ୍ତି । କ୍ୟାପଟେନ ଅମରିନ୍ଦରଙ୍କ ଦଳ ନାମ 'ପଞ୍ଜାବ ଲୋକ କଂଗ୍ରେସ' ରହିଛି । ଦଳର ରେଜିଷ୍ଟ୍ରେସନ ଆବେଦନ ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ପଡି ରହିଥିବା ସେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଅମରିନ୍ଦର ନିଜ ଇସ୍ତଫା ପତ୍ରରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ସେ ନିଜ ପିଲା ପରି ଭଲ ପାଆନ୍ତି । ହେଲେ ସେମାନଙ୍କ ଆଚରଣ ତାଙ୍କୁ କଷ୍ଟ ଦେଇଥିବା ସେ କହିଛନ୍ତି ଏବଂ ନବଜୋତ ସିଂହ ସିଦ୍ଧୁ ଭଳି ଜଣେ ପାକିସ୍ତାନ ପ୍ରେମୀଙ୍କୁ ସେମାନେ ସମର୍ଥନ କରୁଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜ ଦଳ ଘୋଷଣା କରିବା ସହ ନିର୍ବାଚନ କମିଶନ ଦଳର ପଞ୍ଜୀକରଣକୁ ସ୍ବୀକୃତି ଦେବା ପାଇଁ ଅପେକ୍ଷା କରିଥିବା କହିଛନ୍ତି ।

ଇସ୍ତଫା ପତ୍ର ଦେବା ପୂର୍ବରୁ କ୍ୟାପଟେନ କହିଥିଲେ ଯେ, ବର୍ତ୍ତମାନ କଥାବାର୍ତ୍ତାର ସମୟ ସରିଯାଇଛି । କଂଗ୍ରେସ ପାର୍ଟି ଛାଡିବାର ନିର୍ଣ୍ଣୟ ତାଙ୍କର ଚୂଡାନ୍ତ ଅଟେ । ସେ କଂଗ୍ରେସ ସହ back-end talks ଖବରକୁ ମଧ୍ୟ ଖାରଜ କରିଦେଇଥିଲେ ।

ABOUT THE AUTHOR

...view details