ନୂଆଦିଲ୍ଲୀ:ଗୁରୁ ଦିବସରେ ସାରା ଦେଶ ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମ ଦିବସ ପାଳନ କରୁଥିବାବେଳେ ଡ. ରାଧାକ୍ରିଷ୍ଣନଙ୍କ ନାତିଙ୍କ ପରଲୋକ । ଡ. ରାଧାକ୍ରିଷ୍ଣନଙ୍କ ନାତି ତଥା ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କେଶବ ଦେଶୀ ରାଜୁଙ୍କ ଅସୁସ୍ଥତା ହେତୁ ଆଜି (ରବିବାର) ଚେନ୍ନାଇର ଆଲୱାରପେଟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା ।
କେଶୁର ଦେଶୀ ରାଜୁ ତାମିଲନାଡୁର ମଦୁରାଇରେ ଜନ୍ମଗ୍ରହଣ କରିଥିଲେ। ସେ ଛାତ୍ର ଜୀବନରୁ ଖୁବ ଅଳ୍ପ ବୟସରେ ଗାନ୍ଧୀ ଏବଂ ଜାତୀୟ ଚିନ୍ତାଧାରାର ଅନୁପ୍ରାଣିତ ହୋଇଥିଲେ । କେଶବ ରାଜୁ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ଜନ ଏଫ କେନେଡି ହାବାର୍ଡ ବିଶ୍ବବିଦ୍ୟାଳୟରୁ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।