ମୁମ୍ବାଇ:ପୂର୍ବତନ ମୁମ୍ବାଇ ପୋଲିସ କମିଶନର ତଥା ମହାରାଷ୍ଟ୍ର ହୋମଗାର୍ଡ ମହାନିର୍ଦେଶକ ପରମବୀର ସିଂଙ୍କୁ ନିଲମ୍ବିତ କରିଛନ୍ତି ମହାରାଷ୍ଟ୍ର ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିବାଦୀୟ ହୋଇ ତଦନ୍ତ ପରିସରରେ ଥିବା ପରମବୀରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଏଭଳି ପରିସ୍ଥିତିରେ ଏବେ ପରମବୀର ସିଂ ଡିଜିପି କାର୍ଯ୍ୟାଳୟର ଅନୁମତି ନନେଇ ମୁମ୍ବାଇ ଛାଡି ପାରିବେ ନାହିଁ । ଆହୁରି ମଧ୍ୟ ଯେପର୍ଯ୍ୟନ୍ତ ତାଙ୍କ ଉପରେ ନିଲମ୍ବିତ ଆଦେଶ ଥିବା ସତ୍ତ୍ବେ, ସେ କୌଣସି ବେସରକାରୀ କମ୍ପାନୀ କିମ୍ବା କୌଣସି ବ୍ୟବସାୟିକ କ୍ଷେତ୍ରରେ କାମ କରିବାକୁ ସକ୍ଷମ ହେବେ ନାହିଁ ବୋଲି ସୂଚନା ମିଳିଛି । ଯଦି ସେ ନିଲମ୍ବିତ ହେବା ସତ୍ତ୍ବେ ମଧ୍ୟ ଏପରି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କୁ ବରଖାସ୍ତର ଆଦେଶ ମଧ୍ୟ ଜାରି କରାଯାଇପାରେ ।
ସୂଚନାନୁସାରେ, ପରମବୀର ସିଂ ତାଙ୍କ ଛୁଟି ଶେଷ ହେବା ପରେ ମଧ୍ୟ ଦାୟିତ୍ବରେ ଯୋଗ ଦେଇନାହାଁନ୍ତି କିମ୍ବା ଏ ସମ୍ପର୍କରେ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟକୁ ଔପଚାରିକ ଭାବେ ଅବଗତ କରାଇନାହାନ୍ତି । ଗୃହ ବିଭାଗ ତାଙ୍କ ସହ ଅନେକ ଥର ତାଙ୍କୁ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କ ସହ ଯୋଗାଯୋଗ ହୋଇନପାରିବା ସହ କୌଣସି ସ୍ପଷ୍ଟୀକରଣ ମିଳିପାରି ନଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପରମବୀର ଅଗଷ୍ଟ 29 ପର୍ଯ୍ୟନ୍ତ ଛୁଟିରେ ଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେ ଦାୟିତ୍ବକୁ ଫେରିନଥିଲେ ।