ଓଡିଶା

odisha

ETV Bharat / bharat

ଚାଷୀଙ୍କ ଝିଅର ପଢା ଖର୍ଚ୍ଚ ବହନ କରିବେ ହରଭଜନ, ଦାନ କରିବେ ରାଜ୍ୟସଭା ଦରମା - ଚାଷୀଙ୍କ ଝିଅ ପ୍ରତି କ୍ରିକେଟର ହରଭଜନଙ୍କ ମହାନତା

ଦେଶର ଚାଷୀଙ୍କ ସନ୍ତାନ ପ୍ରତି ମହାନତା ଦେଖାଇଲେ ପୂର୍ବତନ କ୍ରିକେଟର ହରଭଜନ ସିଂ । ପାଠପଢା ଖର୍ଚ୍ଚ ପାଇଁ ଦାନ କରିବେ ରାଜ୍ୟସଭା ସଦସ୍ୟ ଭାବେ ମିଳୁଥିବା ଦରମା । ଅଧିକ ପଢନ୍ତୁ

ଚାଷୀଙ୍କ ଝିଅଙ୍କ ପଢା ଖର୍ଚ୍ଚ ଦେବେ କ୍ରିକେଟର ହରଭଜନ, ଦାନ କରିବେ ରାଜ୍ୟସଭା ଦରମା
ଚାଷୀଙ୍କ ଝିଅଙ୍କ ପଢା ଖର୍ଚ୍ଚ ଦେବେ କ୍ରିକେଟର ହରଭଜନ, ଦାନ କରିବେ ରାଜ୍ୟସଭା ଦରମା

By

Published : Apr 16, 2022, 12:29 PM IST

ନୂଆଦିଲ୍ଲୀ:ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କ ଚାଷୀକୂଳ ପ୍ରତି ଦେଖାଇଛନ୍ତି ମହାନତା । ଚାଷୀଙ୍କ ଝିଅଙ୍କ ପାଠପଢାର ଦାୟିତ୍ବ ସେ ନିଜେ ନେଇଛନ୍ତି । ଆଉ ଏଥିଲାଗି ରାଜ୍ୟସଭାର ଦରମା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଫଳରେ ଚାଷୀଙ୍କ ଝିଅମାନେ ଉଚ୍ଚଶିକ୍ଷା ଲାଭ କରିପାରିବେ ।

ହରଭଜନ ସିଂ ରାଜ୍ୟସଭାର ସଦସ୍ୟ ରହିଛନ୍ତି । ଏଥିରୁ ମିଳୁଥିବା ଦରମାକୁ ସେ ଚାଷୀଙ୍କ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥ ଅଭାବରୁ ଅନେକ ଚାଷୀଙ୍କ ସନ୍ତାନ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ମୁଖ୍ୟତଃ ଛାତ୍ରୀମାନେ ଏହି ସମସ୍ୟାର ଅଧିକ ଶିକାର ହେଉଛନ୍ତି । ତେବେ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ ନ କରିବା ପାଇଁ କ୍ରିକେଟର ତଥା ସାଂସଦ ହରଭଜନ ଏଭଳି ବଦାନ୍ୟତା ଦେଖାଇଛନ୍ତି । ହରଭଜନ ନିଜ ରାଜ୍ୟସଭା ଦରମାକୁ ଚାଷୀକୂଳର ଛାତ୍ରୀଙ୍କ ବିକାଶ ଓ ପାଠପଢା ପାଇଁ ଖର୍ଚ୍ଚ କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଆମ ଦେଶ ଭାରତର ବିକାଶ ପାଇଁ ସର୍ବଦା ଚେଷ୍ଟା କରିବା ସହ ଏଥିରେ ସହଯୋଗ କରିବେ । ଦେଶ ପାଇଁ ସବୁ କିଛି କରିବାକୁ ରାଜି ବୋଲି ଟ୍ବିଟ କରି କହିଛନ୍ତି । ତେବେ ସୂଚନା ଥାଉ କି କ୍ରିକେଟ ଜଗତରେ ପାଜୀ ଭାବରେ ପରିଚିତ ସ୍ପିନ ବୋଲର ହରଭଜନ ଏବେ ରାଜ୍ୟସଭାର ଜଣେ ସଦସ୍ୟ ରହିଛନ୍ତି । ସେ ଭାରତୀୟ କ୍ରିକେଟର ଭାବେ ୧୯୯୮ରୁ ୨୦୧୬ ପର୍ଯ୍ୟନ୍ତ ଦେଶ ପାଇଁ ଖେଲିଥିଲେ । ସ୍ପିନ ବୋଲର ଭାବେ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details