ଓଡିଶା

odisha

ETV Bharat / bharat

ବିଜେପିରେ ମିଶିଲେ କଂଗ୍ରେସରୁ ବହିଷ୍କୃତ ବିଧାୟକ କୁଲଦୀପ ବିଷ୍ଣୋଇ - କୁଲଦୀପ ବିଷ୍ଣୋଇ

ବିଜେପିରେ ସାମିଲ ହେଲେ କୁଲଦୀପ ବିଷ୍ଣୋଇ । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ସେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ କୁଲଦୀପ ବିଷ୍ଣୋଇ
ବିଜେପିରେ ମିଶିଲେ କୁଲଦୀପ ବିଷ୍ଣୋଇ

By

Published : Aug 4, 2022, 2:10 PM IST

ଚଣ୍ଡୀଗଡ: ଭାରତୀୟ ଜନତା ପାର୍ଟି(BJP)ରେ ମିଶିଲେ କୁଲଦୀପ ବିଷ୍ଣୋଇ । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସରୁ ବହିଷ୍କୃତ ହୋଇଥିବା ବିଧାୟକ କୁଲଦୀପ ଆଜି(ଗୁରୁବାର) ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ସେ ଅଦମପୁର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ବିଧାନସଭା ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତାଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ନିକଟରେ କୁଲଦୀପ ବିଜେପିର ଅନେକ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିଲେ ।

ଏହାପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଆଜି ବିଧିବଦ୍ଧ ଭାବେ କୁଲଦୀପ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି । ଗୋଟିଏ ସପ୍ତାହ ପୂର୍ବରୁ କୁଲଦୀପ ବିଷ୍ଣୋଇ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟଙ୍କୁ ଦିଲ୍ଲୀରେ ଭେଟିଥିଲେ । ସେମାନଙ୍କ ସହ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ୧୦ ତାରିଖ ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।

ବିଜେପି ନେତୃବୃନ୍ଦଙ୍କ ସହ ସାକ୍ଷାତକାର ପରେ କୁଲଦୀପ ସମସ୍ତଙ୍କୁ ଖୁବ୍ ପ୍ରଶଂସା କରିଥିଲେ । କହିରଖୁଛୁ କି, କୁଲଦୀପ ବିଷ୍ଣୋଇ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍‌ଙ୍କ ସାନ ପୁଅ ଅଟନ୍ତି । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ୫୩ ବର୍ଷୀୟ କୁଲଦୀପଙ୍କୁ ଦଳର ସମସ୍ତ ପଦରୁ ବହିଷ୍କୃତ କରିଥିଲା ।

ABOUT THE AUTHOR

...view details