ଓଡିଶା

odisha

By

Published : Jul 29, 2023, 8:16 PM IST

ETV Bharat / bharat

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର । ରକ୍ତରେ ହ୍ରାସ ପାଉଛି ଅମ୍ଳଜାନ ମାତ୍ରା । ଅଲିପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରଖିଛି ସ୍ବତନ୍ତ୍ର ଡାକ୍ତରୀ ଦଳ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କୋଲକାତା:ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ଅଲିପରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ରକ୍ତରେ ଅମ୍ଳାଜନ ମାତ୍ରା ହ୍ରାସ ପାଇବା ପରେ ସେ ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଅଲିପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଆସିୟୁରେ ତାଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ସକାଳୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡିବା ଆରମ୍ଭ କରିଥିଲା । ସେ ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ବାସଭବନ ପାମ ଆଭିନ୍ୟୁରୁ ଅଲିପୁର ସ୍ଥିତ ଏହି ଘରୋଇ ହସ୍ପିଟାଲଟକୁ ଅଣାଯାଇଥିଲା । ସେ ଏବେ ଆଇସିୟୁରେ ରହିଛନ୍ତି । ତାଙ୍କର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ଗଠନ କରାଯାଇଛି । ତାଙ୍କ ରକ୍ତରେ ଅକ୍ସିଜେନ ମାତ୍ରା ଦୃତଗତିରେ ହ୍ରାସ ପାଉଥିବା ଜଣାପଡିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

2021 ରେ ସେ କୋଭିଡରେ ସଂକ୍ରମିତ ହୋଇଥିଲେ । ହୋମ କ୍ବାରେଣ୍ଟାଇନରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଜଟିଳତା ପ୍ରକାଶ ପାଇବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଫେରିଥିଲେ । ପରେ ବୟସାଧିକ କାରଣରୁ ତାଙ୍କର କ୍ରମାଗତ ସ୍ବାସ୍ଥ୍ଯଗତ ସମସ୍ୟା ଲାଗି ରହିଥିଲା । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ ଓ ଘରେ ଚିକିତ୍ସାଧୀନ ମଧ୍ୟ ଥିଲେ । ହେଲେ ଆଜି ସକାଳେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଆଜି ନୁହେଁ, କାଲି ମଣିପୁର ରାଜ୍ୟପାଳଙ୍କୁ ଭେଟିବେ INDIA ପ୍ରତିନିଧି

ପ୍ରାୟ 5 ଦଶନ୍ଧି ଧରି ବଙ୍ଗ ରାଜନୀତିରେ ବେଶ ସକ୍ରିୟ ଥିବା ଭଟ୍ଟାଚାର୍ଯ୍ୟ ଜଣେ ବର୍ଷିୟାନ ସାମ୍ୟବାଦୀ ନେତା । ସେ ସିପିଆଇ (ମାର୍କ୍ସବାଦୀ) ପାର୍ଟରୁ ପ୍ରତିନିଧିତ୍ବ କରିବା ସହ ପଶ୍ଚିମବଙ୍ଗର 7ମ ମୁଖ୍ୟମନ୍ତ୍ରୀ ଭାବେ 2000 ରୁ 2011 ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ । ଏହା ପୂର୍ବରୁ 1999 ରୁ ସେ 2000 ମସିହା ପର୍ଯ୍ୟନ୍ତ ସେ ଜ୍ୟୋତି ବାସୁ ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ନେତୃତ୍ବ ପରେ ପଶ୍ଚିମବଙ୍ଗ ରାଜନୀତିରେ ବାମଦଳର କ୍ଷମତା ଯୁଗ ଶେଷ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details