ଓଡିଶା

odisha

By

Published : Jan 25, 2022, 3:35 PM IST

ETV Bharat / bharat

କଂଗ୍ରେସ ଛାଡି BJPରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ RPN Singh

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର.ପି.ଏନ ସିଂଙ୍କ କଂଗ୍ରେସରୁ ଇସ୍ତାଫା । ବିଧିବଦ୍ଧ ଭାବେ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ହେଲେ ସାମିଲ । ଅଧିକ ପଢନ୍ତୁ

କଂଗ୍ରେସ ଛାଡିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂ, BJPରେ ହେବେ ସାମିଲ
କଂଗ୍ରେସ ଛାଡିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂ, BJPରେ ହେବେ ସାମିଲ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଇସ୍ତାଫା ଦେଇ ବିଜେପିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଜିତ ପ୍ରତାପ ନାରାୟଣ ସିଂ । ଆଜି ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । କିଛି ସମୟ ପୂର୍ବରୁ ସେ କଂଗ୍ରେସରୁ ଇସ୍ତାଫା ଦେଇଖିବା ଘୋଷଣା କରିବା ସହ ସେ ତାଙ୍କ ଇସ୍ତଫାପତ୍ର ମଧ୍ୟ ଟ୍ବିଟ କରିଥିଲେ ।

ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ସିଂ କହିଛନ୍ତି, ମହାନ ଗଣତନ୍ତ୍ରର ଉତ୍ସବ ପାଳନ ଅବସରରେ ସେ ତାଙ୍କର ନୂଆ ରାଜନୈତିକ ଯାତ୍ରାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ଦଳ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ସିଂ ଲେଖିଛନ୍ତି, ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ତାଙ୍କୁ ଦଳରେ ବିଭିନ୍ନ ଦାୟିତ୍ବ ମିଳିଥିବାରୁ ସେ ସୋନିଆଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ତେବେ ସେ ଇସ୍ତଫା ପୂର୍ବରୁ ନିଜ ଟ୍ବିଟର ହ୍ୟାଣ୍ଡଲର ବାୟୋକୁ ମଧ୍ୟ ପରବର୍ତ୍ତନ କରିଥିବା ନଜର ଆସିଥିଲା । AICC ଦାୟିତ୍ୱରେ ଥିବା ଝାଡ଼ଖଣ୍ଡ କଂଗ୍ରେସ ପ୍ରଭାରୀ, କଂଗ୍ରେସ ମୁଖପାତ୍ର, ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ଉଲ୍ଲେଖ ରହିଥିବା ବେଳେ ସେ ଏହି ସବୁ ସୂଚନାକୁ ନଜ ଟ୍ବିଟରରୁ ସେ ହାଟାଇଥିଲେ । ପରେ ସେ ବିଜେପିରେ ସାମିଲ ହେବା ଚର୍ଚ୍ଚା ଲାଗି ରହିଥିବା ବେଳେ ସେ କିଛି ସମୟ ପୂର୍ବରୁ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଆର.ପି.ଏନ ସିଂ 15 ତମ ଲୋକସଭା (2009-2014) ରେ ଉତ୍ତରପ୍ରଦେଶ କୁଶୀନଗର ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ନିଜ ପିତାଙ୍କ ପରି ସେ ମଧ୍ୟ 1996-2009 ମଧ୍ୟରେ ପାଦ୍ରୁନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ପରେ ଜାତୀୟ ରାଜନୀତିରେ ମଧ୍ୟ ପ୍ରଭାବ ବଢାଇବା ସହ 2012 ରୁ 2014 ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଅନେକ ସାଙ୍ଗଠନିକ ଦାୟିତ୍ବରେ ମଧ୍ୟ AICC ପକ୍ଷରୁ ତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଷୋଡଶ ଲୋକସଭାରେ ସେ ବିଜେପି ପ୍ରାର୍ଥୀ ରାଜେଶ ପାଣ୍ଡେଙ୍କୁ ହରାଇଥିଲେ ।

ତେବେ କଂଗ୍ରେସ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଆସନରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details