ପାଟନା:ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ । ଜମି ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା ପାଇଁ ପୂର୍ବ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ ଆଜି ଦିନ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଫିସରେ ପହଞ୍ଚିଛନ୍ତି । ଏହାପୂର୍ବରୁ ତାଙ୍କୁ ସିବିଆଇ ଜେରା କରିଥିଲା । ଏବେ ଇଡିର ପ୍ରଶ୍ନର ସାମ୍ନାକୁ କରିବାକୁ ସେ ହାଜର ହୋଇଛନ୍ତି । ଦୁର୍ନୀତି ନିବାରଣ ଆକ୍ଟ(PMLA) ଅନୁସାରେ ତାଙ୍କର ବୟାନ ରେକର୍ଡ କରିବ ଇଡି ।
ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ଯାଏଁ ମନମୋହନ ସିଂ ସରକାରରେ ରେଳମନ୍ତ୍ରୀ ଦାୟିତ୍ବରେ ଥିବାବେଳେ ରେଳ ବିଭାଗରେ ଚାକିରି ଦେବା ପାଇଁ ଲାଞ୍ଚ ଭାବେ ଜମି ନେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ନିକଟରେ ଲାଲୁ ପ୍ରସାଦ ଯାଦବ ଏବଂ ପତ୍ନୀ ରାବ୍ରି ଦେବୀଙ୍କୁ ୫ ଘଣ୍ଟା କାଳ ମାରାଥନ ଜେରା କରିଥିଲା । ଏହାସହିତ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଓ ଝିଅ ମିଶା ଭାରତୀଙ୍କ ଘରେ ଚଢାଉ କରିଥିଲା । ତେବେ ସିବିଆଇର ଜେରା ପରେ ଇଡିର ଡାକରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଜି ଜେରା ପାଇଁ ହାଜର ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଆଉ ନାହାନ୍ତି ବିଜେପିର ବରିଷ୍ଠ ନେତା ରତନଲାଲ କଟାରିଆ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶୋକ