ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ଥୋମାସ ୱେଷ୍ଟଙ୍କ ନେନୃତ୍ବରେ ଭାରତ ଆସିଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଟିମ ସହ ଆଲୋଚନା କହିଛନ୍ତି ବିଦୈଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ଆଜି (ମଙ୍ଗଳବାର ) ଉଭୟ ପକ୍ଷ ମଧ୍ୟରେ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀରେ ଆଲୋଚନା ହୋଇଛି । ବର୍ତ୍ତମାନ ଆଫଗାନିସ୍ତାନରେ ସ୍ଥିତି ଓ ବିକାଶ ସମେତ ଅନ୍ୟାନ୍ୟ ସାଧାରଣ ପ୍ରସଙ୍ଗରେ ଭଭୟ ଦେଶର ଭୂମିକା ଓ ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି ଉଭୟ ପକ୍ଷ ।
ଆଜିର ବୈଠକର ପ୍ରସଙ୍ଗ ଓ ମତ ବିନିମୟ ସମ୍ପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି । ଆମେରିକର ଏହି ପ୍ରତିନିଧି ଦଳ ୟୁରୋପ ଓ ଏସିଆ ଗସ୍ତରେ ଆସି ବିଭିନ୍ନ ସହଯୋଗୀ ରାଷ୍ଟ୍ରମାନଙ୍କ ସହ ଆଫଗାନିସ୍ତାନ ପ୍ରସଙ୍ଗରେ କୁଟନୈତିକ ଆଲୋଚନା କରୁଛି । ଗତ ମାସରେ, ଥୋମାସନ ୱେଷ୍ଟକୁ ଆଫଗାନିସ୍ତାନ ବ୍ୟାପାର ପାଇଁ ସ୍ବରାଷ୍ଟ୍ର ପ୍ରତିନିଧି ତଥା ଉପ ସହକାରୀ ସଚିବ ଭାବରେ ମନୋନିତ କରିଥିଲା ଯୁକ୍ତରାଷ୍ଟ୍ର ଆମେରିକା ।