ନୂଆଦିଲ୍ଲୀ: ତାଜିକସ୍ତାନରେ ମଙ୍ଗଳବାର ହେବାକୁ ଯାଉଛି ନବମ ମନ୍ତ୍ରୀସ୍ତରୀୟ ହାର୍ଟ ଅଫ ଏସିଆ ସମ୍ମିଳନୀ । ଏହି ସମ୍ମିଳନୀରେ ସାମିଲ ହେବାକୁ ଦୁଶାନୱେ ପହଞ୍ଚି ସାରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଠକ ସକାଳ 10ଟାରେ ଅନୁଷ୍ଠିତ ହେବ ।
ଏହାପୂର୍ବରୁ ସୋମବାର ରାତିରେ ତାଜିକିସ୍ତାନ ରାଷ୍ଟ୍ରପତି ଇମାମୋଲି ରେହମାନ ସମସ୍ତ ପରିଦର୍ଶକ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ରାତ୍ରି ଭୋଜନର ଆୟୋଜନ କରିଛନ୍ତି । ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ମଧ୍ୟ ଯୋଗଦେବେ । ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ କେଉଁ ବିଷୟ ଉପରେ ଆଲୋଚନା ହେବ, ତାହା ଉପରେ ରହିବ ସମସ୍ତଙ୍କ ନଜର ।