ନୂଆଦିଲ୍ଲୀ: କିଛି ଦିନ ହେବ ରାଜଧାନୀରେ ପ୍ରବଳ କୁହୁଡି ପ୍ରବାହ ହୋଇଛି । ଉତ୍ତର ଓ ଉତ୍ତର-ପୂର୍ବର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡି ପରିଲିକ୍ଷିତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। କୁହୁଡି ପ୍ରବାହ ପାଇଁ ଦିଲ୍ଲୀ ବାୟୁ ପ୍ରଦୂଷଣ ବି ବଢିବାରେ ଲାଗିଛି ।
ଆଜି ସକାଳ 5ଟା 30ସୁଦ୍ଧା ଦକ୍ଷିଣ ପୂର୍ବରେ କେତେକ ଅଞ୍ଚଳରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିବା ଟ୍ବାଟ କରି ସୂଚନା ଦେଇଛି ପାଣିପାଗ ବିଭାଗ । ପୂର୍ବ ଉତ୍ତରପ୍ରଦେଶ ଓ ବିହାରର କେତେକ ଅଞ୍ଚଳରେ ଘନ କୁହୁଡି ପରିଲିକ୍ଷିତ ହୋଇଛି । ଏହା ସହିତ ଚାନ୍ଦିନ ଚୌକ ଓ ମୁଜାଫାରପୁରରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଆସାମ, ମେଘାଳୟ ନାଗାଲାଣ୍ଡ, ମଣିପୁର, ମିଜୋରାମ, ଏବଂ ତ୍ରିପୁରାରେ ଘନ କୁହୁଡି ଦେଖାଯାଇଥିବା ସୂଚନା ଦେଇଛି ଆଇଏମଡି। ପ୍ରବଳ କୁହୁଡି ପ୍ରବାହ କାରଣରୁ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଦୃଶ୍ୟମାନରେ ଅସୁବିଧା ପରିଲିକ୍ଷିତ ହୋଇଛି ।