ଓଡିଶା

odisha

By

Published : Jun 23, 2022, 8:39 AM IST

ETV Bharat / bharat

Assam Flood: ଉବୁଟୁବୁ ଆସାମ, ମୃତ୍ୟୁ ସଂଖ୍ୟା ୧୦୦ ପାର୍‌

ଆସାମରେ ଜାରି ରହିଛି ବନ୍ୟାର ତାଣ୍ଡବ । ୨୪ ଘଣ୍ଟାରେ ଗଲା ୧୨ଜଣଙ୍କ ଜୀବନ । ମୃତ୍ୟୁ ସଂଖ୍ୟା ୧୦୦ ପାର୍‌ । ଅଧିକ ପଢନ୍ତୁ

Assam Flood: ଉବୁଟୁବୁ ଆସାମ, ମୃତ୍ୟୁ ସଂଖ୍ୟା ୧୦୦ ପାର
Assam Flood: ଉବୁଟୁବୁ ଆସାମ, ମୃତ୍ୟୁ ସଂଖ୍ୟା ୧୦୦ ପାର

ଗୌହାଟୀ: ଆସାମରେ ଜାରି ରହିଛି ବନ୍ୟାର ତାଣ୍ଡବ । ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ ଜଳମଗ୍ନ ଅବସ୍ଥାରେ ରହିଛି । ସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନିକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୨ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦ ପାର୍‌ କରିଛି । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ରହିଛନ୍ତି । ଏପର୍ଯ୍ୟନ୍ତ ମୋଟ ୧୧୨ ଜଣ ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଲେଣି ।

ବନ୍ୟାଯୋଗୁଁ ରାଜ୍ୟର ୩୨ଟି ଜିଲ୍ଲାର ୪ହଜାର ୯୪୧ ଗାଁ ଜଳମଗ୍ନ ହୋଇଥିବା ବେଳେ ୫୪.୭ ଲକ୍ଷ ପ୍ରଭାବିତ ହୋଇଥିବା ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ASDMA) ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବାକୁ ରାଜ୍ୟରେ ୮୪୫ଟି ରିଲିଫ କ୍ୟାମ୍ପ ଓ ୧୦୨୫ଟି ରିଲିଫ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨.୭୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ।

NDRF, SDRF, ଭାରତୀୟ ସେନା ଏବଂ ଅଗ୍ନିଶମ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବର୍ତ୍ତମାନ ଚିରଙ୍ଗ ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇଥିବାରୁ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଜାରି ରହିଛି ।

ABOUT THE AUTHOR

...view details