ଓଡିଶା

odisha

ETV Bharat / bharat

ବନ୍ୟାରେ ଭାସୁଛି ଭାରତର ଅଧା ଭୂଖଣ୍ଡ, ବଢୁଛି ମୃତ୍ୟୁ ସଂଖ୍ୟା - ବନ୍ୟା

ଫୁଲୁଛି ନଦୀ । ଭାସୁଛି ଗାଡିମୋଟର । ଆଉ ବଢୁଛି ମୃତ୍ୟୁ ସଂଖ୍ୟା । ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ଆନ୍ଧପ୍ରଦେଶ, ତେଲେଙ୍ଗାନାରେ ସବୁଠି ଜଳପ୍ରଳୟ । ପାଣି ଘେରରେ ଭାରତର ଅଧା ଭୂଖଣ୍ଡ । ଅଧିକ ପଢନ୍ତୁ...

ବନ୍ୟା ଭାସୁଛି ଭାରତର ଅଧା ଭୁଖଣ୍ଡ, ବଢୁଛି ମୃତ୍ୟୁ ସଂଖ୍ୟା
ବନ୍ୟା ଭାସୁଛି ଭାରତର ଅଧା ଭୁଖଣ୍ଡ, ବଢୁଛି ମୃତ୍ୟୁ ସଂଖ୍ୟା

By

Published : Jul 23, 2021, 9:41 PM IST

ନୂଆଦିଲ୍ଲୀ: ଭାଇରସର ଭୟାବହତା ଭିତରେ ବନ୍ୟା ବିତ୍ପାତ । ଫୁଲୁଛି ନଦୀ । ଭାସୁଛି ଗାଡିମୋଟର । ଆଉ ବଢୁଛି ମୃତ୍ୟୁ ସଂଖ୍ୟା । ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ଆନ୍ଧପ୍ରଦେଶ, ତେଲେଙ୍ଗାନାରେ ସବୁଠି ଜଳପ୍ରଳୟ । ପାଣି ଘେରରେ ଭାରତର ଅଧା ଭୂଖଣ୍ଡ ।

ମହାରାଷ୍ଟ୍ର ଲଗାଣ ବର୍ଷା ଯୋଗୁଁ ଚାରିଆଡେ ବନ୍ୟାସ୍ଥିତି । 2 ଦିନରେ ଗଲାଣି 130 ଜୀବନ । ଉପକୂଳବର୍ତ୍ତୀ ରାଇଗଡ ଜିଲ୍ଲାର ଗାଁରେ ଭୁସ୍ଖଳନ କାରଣରୁ ବର୍ତ୍ତମାନସୁଦ୍ଧା 44 ଜଣଙ୍କର ମୃତ୍ୟୁ ହୋଇସାରିଛି । ଘଟଣାରେ ମୃତଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା କରାଯାଉଛି ।

ବନ୍ୟାରେ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ରାଇଗଡରେ ଭୁସ୍ଖଳନ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଅନୁକମ୍ପା ରାଶୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନଙ୍କୁ ମିଳିବ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ।

ସେପଟେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭୁସ୍ଖଳନ ହୋଇଥିବା ସ୍ଥାନରୁ ବର୍ତ୍ତମାନସୁଦ୍ଧା ଅନେକ ମୃତଦେହ ଉଦ୍ଧାର କରାଯାଇସାରିଛି । ସ୍ଥିତି ସମୀକ୍ଷା କରୁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଗତ ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରର ମହାବଳେଶ୍ୱର ଏବଂ ସତାରା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ବିଶେଷ କରି ରତ୍ନାଗିରି ଏବଂ ରାଇଗଡ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଙ୍କଣ ଅଞ୍ଚଳର ଏହି ଦୁଇଟି ଜିଲ୍ଲାର ଅନେକ ସ୍ଥାନ ପାଣିରେ ବୁଡି ରହିଛି ଏବଂ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ପଦକ୍ଷେପ ନେଉଛି ।

ବନ୍ୟା ମୁକାବିଲା ପାଇଁ ଓଡିଶାର ଭୁବନେଶ୍ବରରୁ ଏନଡିଆରଏଫର 8ଟି ଟିମ ପୁଣେ, ଗୋଆ, ମହାରାଷ୍ଟ୍ରରେ ଉଦ୍ଧାର କାର୍ଯ୍ୟ ନେଇ ମୁତୟନ ହୋଇଛନ୍ତି ।

ସେହିପରି କର୍ଣ୍ଣାଟକରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଛି । ଅନେକ ଗାଁ ପାଣିଘେରରେ ରହିଥିବା ସୂଚନା । ଇଣ୍ଡିଆନ୍ କୋଷ୍ଟଗାର୍ଡ ଉତ୍ତର କନ୍ନଡର ବର୍ଷା ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ଏହାର ଟିମ ନିୟୋଜିତ କରିଛି । ଏପର୍ଯ୍ୟନ୍ତ 155 ଜଣଙ୍କୁ ଉଦ୍ଧାର କରାଯାଇଥିବା ଇଣ୍ଡିଆନ କୋଷ୍ଟଗାର୍ଡ ସୂଚନା ଦେଇଛି ।

ସେପଟେ ଆନ୍ଧଅରପ୍ରଦେଶରେ ଗୁଣ୍ଟୁର ପୁଲିଚିନ୍ତଲା ପ୍ରୋଜେକ୍ଟରେ ଜଳସ୍ତର ବୃଦ୍ଧି ପାଇବାରେ ଲଗାଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇ-କୋଙ୍କଣ ରୁଟରେ 30 ଟ୍ରେନ ବାତିଲ କରାଯାଇଥିବାବେଳେ 12 ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଛି ।

ABOUT THE AUTHOR

...view details