ହାଇଦ୍ରାବାଦ:ରାକ୍ଷୀ ପୂର୍ଣ୍ଣିମାରେ ହୃଦୟ ବିଦାରକ ଘଟଣା । ଭାଇ ଭଉଣୀଙ୍କ ସ୍ନେହର ପର୍ବ କୁହାଯାଉଥିବା ରାକ୍ଷୀ ପୂର୍ଣ୍ଣମାରେ ଭାଇକୁ ହରାଇଲେ ଭଉଣୀ । ଶେଷରେ ଭାଇର ମୃତ୍ୟୁ ପରେ ବି ହାତରେ ରାକ୍ଷୀ ବାନ୍ଧିଲେ ୫ ଭଉଣୀ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାର ମାଲାଗୁଦେମ ଗ୍ରାମରେ ।
ରାକ୍ଷୀ ନ ବାନ୍ଧି ଆଖିବୁଜିଲା ଭାଇ, ମୃତଦେହରେ ସୁରକ୍ଷାର ସୁତା ବାନ୍ଧିଲେ ପାଞ୍ଚ ଭଉଣୀ
ରାକ୍ଷୀ ପୂର୍ଣ୍ଣିମାରେ ହୃଦୟ ବିଦାରକ ଘଟଣା । ଭାଇ ଭଉଣୀଙ୍କ ସ୍ନେହର ପର୍ବ କୁହାଯାଉଥିବା ରାକ୍ଷୀ ପୂର୍ଣ୍ଣମାରେ ଭାଇକୁ ହରାଇଲେ ଭଉଣୀ ।
ରାକ୍ଷୀ ପୂର୍ଣ୍ଣିମାରେ ହେଲା ଭାଇର ମୃତ୍ୟୁ, ମରଶରୀରେ ରାକ୍ଷୀ ବାନ୍ଧିଲେ ପାଞ୍ଚ ଭଉଣୀ
ଗତକାଲି ରାକ୍ଷିପୂର୍ଣ୍ଣିମା ଥିବାବେଳେ ଭଉଣୀ ଭାଇହାତରେ ରାକ୍ଷୀ ବାନ୍ଧି ତାର ଦିର୍ଘାୟୁ କାମନା କରେ ହେଲେ ରାକ୍ଷୀ ବାନ୍ଧିବା ପୂର୍ବରୁ ହିଁ ଭାଇର ମୃତ୍ୟୁ ଘଟିଲା । ଗ୍ରାମର ଚିଣ୍ଟାପାଲି ଲକ୍ଷ୍ମାଇ ନାମକ ବ୍ୟକ୍ତି ଅସୁସ୍ଥ ଥିବାରୁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ତାଙ୍କ ୫ ଭଉଣୀ ଚିଣ୍ଟାପାଲିଙ୍କ ମୃତ୍ୟୁ ଅବସ୍ଥାରେ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ପାଞ୍ଚ ଆଙ୍ଗୁଠିରେ ରାକ୍ଷୀ ବାନ୍ଧିଥିଲେ । ରାକ୍ଷୀ ପୂର୍ଣ୍ଣମାରେ ଏଭଳି ଦୃଶ୍ୟ ସାମାନ୍ୟକୁ ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ