ନୂଆଦିଲ୍ଲୀ:ସଂସଦରେ ସୁରକ୍ଷା ଭଙ୍ଗ ଘଟଣା । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କର ଖୁବଶୀଘ୍ର ହେବ ନାର୍କୋ, ପଲିଗ୍ରାଫ ଓ ବ୍ରେନ ମ୍ୟାପିଂ ଟେଷ୍ଟ । ଏ ନେଇ ଆଜି (ଶୁକ୍ରବାର) ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ମୋଟ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣ ପଲିଗ୍ରାଫ ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି । ସେପଟେ ସମସ୍ତ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ଆଉ ୮ ଦିନ ବୃଦ୍ଧି କରାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଶୁକ୍ରବାର ଦିଲ୍ଲୀ ପୋଲିସ ଶୁଣାଣି ପାଇଁ ସମସ୍ତ ଅଭିଯୁକ୍ତ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା । ଏହି ସମସ୍ତ ଅଭିଯୁକ୍ତଙ୍କ ମନୋବୈଜ୍ଞାନିକ ପରୀକ୍ଷା କରାଯିବା ଆବଶ୍ୟକ କରାଯିବ ବୋଲି ପୋଲିସ କହିଥିଲା । ୨ଜଣ ଅଭିଯୁକ୍ତ ମନୋରଞ୍ଜନ ଓ ସାଗରର ନାର୍କୋ ଟେଷ୍ଟ କରାଯିବ । ଏ ନେଇ ଦିଲ୍ଲୀ ପୋଲିସ କୋର୍ଟଙ୍କୁ ଅନୁରୋଧ କରିବା ପରେ କୋର୍ଟ ଅଭିଯୁକ୍ତମାନଙ୍କ ପଲିଗ୍ରାଫ, ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ପାଇଁ ଅନୁମତି ଦେଇଛନ୍ତି । ଅଭିଯୁକ୍ତ ମନୋରଞ୍ଜନ ଓ ସାଗରର ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଂ ୩ଟି ଯାକ ଟେଷ୍ଟ ହେବାକୁ ଥିବା ବେଳେ ବାକି ୩ ଅଭିଯୁକ୍ତ ଲଲିତ ଝା, ମହେଶ କୁମାୱତ ଓ ଅନମୋଲର ପଲିଗ୍ରାଫ ଟେଷ୍ଟ କରାଯିବ ।
ଏହା ବି ପଢନ୍ତୁ- ସଂସଦ ସୁରକ୍ଷାରେ ତ୍ରୁଟି: ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ