ଓଡିଶା

odisha

ETV Bharat / bharat

କେରଳରେ Zika virus ଆତଙ୍କ: ଆଉ 5 ଆକ୍ରାନ୍ତ ଚିହ୍ନଟ - ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ

କେରଳରେ ଆଉ 5 ନୂଆ ଜିକା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ଆଜିର ନୂଆ 5 ଆକ୍ରାନ୍ତଙ୍କୁ ମିଶାଇ କେରଳରେ ଜିକା ଭାଇରସ ସଂଖ୍ୟା 28କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

କେରଳରେ Zika virus ଆତଙ୍କ
କେରଳରେ Zika virus ଆତଙ୍କ

By

Published : Jul 15, 2021, 3:22 PM IST

ଥିରୁଅନନ୍ତପୁରମ: ଦେଶରେ କୋରୋନା ପାଳି ପାଳି କରି ଆତଙ୍କ ସୃଷ୍ଟି କରିଛି । ପ୍ରଥମ ଦ୍ବିତୀୟ ପରେ ଏବେ ପୁଣି ତୃତୀୟ ଲହର ମନରେ ଭୟ ସୃଷ୍ଟି କରିଛି । ଏହାରି ଭିତରେ ଜିକା ଭାଇରସ ତାର କାୟା ବିସ୍ତାର କଲାଣି । କେରଳରେ ଆଉ 5 ନୂଆ ଜିକା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।

ଆଜିର ନୂଆ 5 ଆକ୍ରାନ୍ତଙ୍କୁ ମିଶାଇ କେରଳରେ ଜିକା ଭାଇରସ ସଂଖ୍ୟା 28କୁ ବୃଦ୍ଧି ହୋଇଛି । ପାଞ୍ଚଜଣଙ୍କ ମଧ୍ୟରୁ ଦୁଇଜଣ ଅନ୍ୟାୟରାରୁ ଚିହ୍ନଟ ହୋଇଥିବାବେଳେ କୁନୁକୁଜି, ପାଟ୍ଟୁମ ଓ ଇଷ୍ଟ ଫର୍ଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମଶା ଜନିତ ରୋଗର ପ୍ରସାରକୁ ହ୍ରାସ କରିବା ପାଇଁ ପ୍ରୟାସର ଥିରୁବନନ୍ତପୁରମ୍ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନ ପ୍ରତିଷେଧକ କାର୍ଯ୍ୟକଳାପକୁ ଜୋରଦାର କରିଛନ୍ତି ।

ଆଗାମୀ 7ଦିନ ଧରି ବିଶୋଧନ ସିଞ୍ଚନ କରାଯିବ । ଥିରୁଅନନ୍ତପୁରମର ଅନାୟାରା ଅଞ୍ଚଳର ତିନି କିଲୋମିଟର ଦୂରତାରେ ଏକ ଜିକା ଭାଇରସ୍ କ୍ଲଷ୍ଟର ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଜୁଲାଇ 9ରେ କେରଳରେ ଏହି ଭୂତାଣୁଙ୍କର ପ୍ରଥମ ମାମଲା ନଜର ଆସିଥିଲା । ଏହା ପରେ ସମସ୍ତ ଜିଲ୍ଲା ହାଇ ଆଲର୍ଟ ଜାରି ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details