ଚେନ୍ନାଇ:ତାମିଲନାଡୁ କୋଏମ୍ବାଟୁରରେ ଗୋଟିଏ ବଡ ଅଘଟଣ ଘଟିଛି । ଗତକାଲି (ମଙ୍ଗଳବାର) ଏକ ଘରୋଇ କଲେଜର ନିର୍ମାଣଧୀନ କାନ୍ଥ ଭୁଶୁଡି ପଡିବାରୁ ୫ ଜଣ ପ୍ରବାସୀଙ୍କ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଚାରି ଜଣ ଆନ୍ଧ୍ରପ୍ରଦେଶ ଓ ଜଣେ ପଶ୍ଚିମବଙ୍ଗ ନିବାସୀ ହୋଇଥିବା ଜଣାପଡିଛି । ସେମାନେ ହେଲେ କନ୍ନାଇୟାନ, ଜଗନାଥନ, ସଚିନ ଏବଂ ବେଙ୍ଗଲର ବିପିଲ ବୋୟଲ । ଅନ୍ୟ ଜଣେ ଶ୍ରମିକର ଏ ଯାଏଁ ପରିଚୟ ମିଳିପାରିନି ।
ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କୋଏମ୍ବାଟୁର ପାଲାକ୍କଡ ରୋଡ ନିକଟରେ ଏକ ଘରୋଇ କଲେଜର କାନ୍ଥ ନିର୍ମାଣ ଚାଲିଥିଲା । ଏହି ସମୟରେ ଅଚାନକ କାନ୍ଥଟି ଭୁଶୁଡି ପଡିଥିଲା । ଫଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬ ଜଣ ଶ୍ରମିକ କାନ୍ଥ ତଳେ ଚାପି ହୋଇଯାଇଥିଲେ । ଏହାଦେଖି ଉପସ୍ଥିତ ଲୋକେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଙ୍ଗା କାନ୍ଥ ତଳୁ ଶ୍ରମିକମାନଙ୍କୁ ବାହାର କରାଯାଇଥିଲା । ମାତ୍ର ଘଟଣାସ୍ଥଳରେ ହିଁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ: ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଏକାଧିକ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ୧୦ ମୃତ ୨୭ ଆହତ