ନୂଆଦିଲ୍ଲୀ: ସୁସ୍ଥ ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର । ଆରୋଗ୍ୟ ଲାଭ କରି ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଗତ ମଙ୍ଗଳବାର ସେ ଅସୁସ୍ଥ ଅନୁଭବ କରିଥିଲେ । ଡାଇଗ୍ନୋସିସ କରିବା ପରେ ଗାଲ୍ ବ୍ଲାଡରରେ ଷ୍ଟୋନ ହୋଇଥିବା ଜଣାପଡିଥିଲା । ଏହା ପରେ ସେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ଡାକ୍ତଖାନାରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ଶରତ ପାୱାରଙ୍କର କିଛି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।
ମେଡିକାଲରୁ ଡିସଚାର୍ଜ ହେଲେ ଏନସିପି ମୁଖ୍ୟ ଶରଦ ପାୱାର
ମେଡିକାଲରୁ ଡିସଚାର୍ଜ ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର । ଗାଲ୍ ବ୍ଲାଡରରେ ଷ୍ଟୋନରେ ହୋଇଥିଲେ ପୀଡିତ । ଅଧିକ ପଢନ୍ତୁ...
ମେଡିକାଲରୁ ଡିସଚାର୍ଜ ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର
ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତଥାପି ସେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ବୋଲି ଜଣାପଡିଛି । ଗତ ମାର୍ଚ୍ଚ 30 ତାରିଖରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଏହା ଏଣ୍ଡେସ୍କୋପି ଦ୍ବାରା କରାଯାଇଛି ବୋଲି ବୋଲି ଜଣାପଡିଛି । ତାଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।