ମନାଲି: ହିମାଞ୍ଚଳ ପ୍ରଦେଶକୁ ପୁନଶ୍ଚ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି । ରାଜ୍ୟର କେତେକ ଜିଲ୍ଲାରେ ସକାଳ ଠାରୁ ହିଁ ବର୍ଷା ଜାରି ରହିଛି । ପର୍ଯ୍ୟଟନ ସ୍ଥଳ କୁଲ୍ଲୁରେ ମଧ୍ୟ ସକାଳୁ ବର୍ଷା ହେଉଛି । ରୋହତାଙ୍ଗ ଠାରେ ମଧ୍ୟ ତୁଷାରପାତ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷର ପ୍ରଥମ ତୁଷାରପାତର ମଜା ନେବା ପାଇଁ ପର୍ଯ୍ୟଟକ ରୋହତଙ୍ଗ ଗସ୍ତ କରୁଛନ୍ତି ।
ରବିବାର ଥିବାରୁ ଏଠାକୁ ଅନେକ ପର୍ଯ୍ୟଟକ ମଧ୍ୟ ଆସୁଥିବାର ଦେଖିବାକୁ ମିଳିଛି । ସକାଳୁ ଯେଉଁ ପର୍ଯ୍ୟଟକ ମାନେ ସେଠାକୁ ବୁଲିବାକୁ ଯାଇଥିଲେ ସେମାନେ ତୁଷାରପାତର ମଜା ଉଠାଇଛନ୍ତି । ଆକାଶରୁ ବରଫର ଗୁଣ୍ଡ ପଡୁଥିବା ଦେଖି ଦର୍ଶକମାନେ ଆତ୍ମବିଭୋର ହୋଇପଡିଥିଲେ । ସେହିପରି ତୁଷାରପାତ କାରଣରୁ କୁଲ୍ଲୁର ଜଳବାୟୁ ଶୀତଳ ହୋଇପଡିବା ସହ ଶୀତବସ୍ତ୍ର ପିନ୍ଧିବାକୁ ଲୋକେ ବାଧ୍ୟ ହୋଇଛନ୍ତି ।