ସନ୍ଧ୍ୟା 5 ଟା ସୁଦ୍ଧା ଆସାମରେ 72.01 ପ୍ରତିଶତ ଓ ପଶ୍ଚିମବଙ୍ଗରେ 79.07 ପ୍ରତିଶତ ମତଦାନ ନେଇ ନିର୍ବାଚନ ଆୟୋଗଙ୍କ ସୂଚନା
ସନ୍ଧ୍ୟା 5ଟା ସୁଦ୍ଧା ଆସାମରେ 72.01, ପଶ୍ଚିମବଙ୍ଗରେ 79.07 ପ୍ରତିଶତ ମତଦାନ - ଆସାମ ବିଧାନସଭା ନିର୍ବାଚନ
17:34 March 27
ସନ୍ଧ୍ୟା 5 ଟା ସୁଦ୍ଧା ଆସାମରେ 72.01, ପଶ୍ଚିମବଙ୍ଗରେ 79.07 ପ୍ରତିଶତ ମତଦାନ
15:25 March 27
ଅପରାହ୍ନ 3ଟା ସୁଦ୍ଧା ପଶ୍ଚିମବଙ୍ଗରେ 70.17%, ଆସାମରେ 61.86 % ମତଦାନ
ଅପରାହ୍ନ 3 ଟା ସୁଦ୍ଧା ପଶ୍ଚିମବଙ୍ଗରେ 59.09 ପ୍ରତିଶତ ଓ ଆସାମରେ 61.86 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ।
15:19 March 27
ଆସାମରେ ମତଦାନ ବେଳେ ହିଂସା , ଜଣେ ଗୁରୁତର
ଗୌହଟୀ: ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । 47 ଟି ବିଧାନସଭା କ୍ଷେତ୍ର ପାଇଁ ମତ ଦାନ କରୁଛନ୍ତି ଭୋଟର । ତେବେ ଏହାରି ମଧ୍ୟରେ ବିଜେପି ଓ କଂଗ୍ରସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ନାଗାଁଓ ବିଧାନସଭା କ୍ଷେତ୍ରର ଚମ୍ପାଗୁଡି ପୋଲିଂ କେନ୍ଦ୍ରରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ମିଳିଥିବା ତଥ୍ୟ ଆଧାରରେ ଅବଦୁଲ୍ଲ ଅହମଦ ନାମକ ଜଣେ କର୍ମୀ ଏଥିରେ ଆହତ ହୋଇଛନ୍ତି ।
ନାଗାଁଓ ବିଧାନସଭା କ୍ଷେତ୍ରର 58 ନମ୍ବର ବୁଥରେ ଏପରି କର୍ମୀ ସଂଘର୍ଷ ଘଟିଛି। ଆହତ ହୋଇଥିବା ଅବଦୁ୍ଲ୍ଲ ଅଭିଯୋଗ କରିଛନ୍ତି ବିଜେପି କର୍ମୀ ମାନେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରିବା ସହ ବୁଥ ଦଖଲ କରିବାକୁ ପ୍ରୟାସ କରିଥିଲେ । ଫଳରେ ଏପ୍ରକାର ସ୍ଥିତି ଉପୁଜିଥିଲା ବୋଲି ଅଭିଯୋଗ ହୋଇଛି । ସେହିପରି ଅଭିଯୋଗକୁ ଖଣ୍ଡନ କରିବା କଂଗ୍ରେସକୁ ଦାୟି କରିଛି ବିଜେପି । କଂଗ୍ରେସ କର୍ମୀମାନେ ବିଜେପି ନେତାଙ୍କ ଗାଡି ଉପରେ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଛି ବିଜେପି । ଆହତ ଅବଦୁଲ୍ଲକୁ ଗୁରୁତର ଅବସ୍ଥାରେ ସ୍ଥାନନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏସଂକ୍ରାନ୍ତରେ ଏକ ଏତଲା ମଧ୍ୟ ଦାୟର ହୋଇଛି ।
13:30 March 27
ଦିନ 1ଟା ସୁଦ୍ଧା ଭୋଟିଂ ପ୍ରତିଶତ ରହିଛି 37.06% ଏବଂ 40.73%
ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ମତଦାନ । ଦିନ 1ଟା ସୁଦ୍ଧା ଯଥାକ୍ରମେ 37.06% ଏବଂ 40.73% ଭୋଟର ଭୋଟ୍ ଦେଇଛନ୍ତି ।
11:31 March 27
ଦିନ 11ଟା ସୁଦ୍ଧା ଭୋଟିଂ ପ୍ରତିଶତ
ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଦିନ 11ଟା ସୁଦ୍ଧା ଭୋଟିଂ ପ୍ରତିଶତ ଯଥାକ୍ରମେ 24.48% ଏବଂ 24.61% ।
11:26 March 27
ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଦେଲେ ଭୋଟ୍
ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଦିବ୍ରୁଗଡରେ ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଆମେ ଏଥରକ ଆହୁରୀ 100 ଭୋଟ୍ ଅଧିକ ପାଇବୁ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ବୋଗା ବାବା ମଜାରର ପୂଜାର୍ଚ୍ଚନ କରିଛନ୍ତି । ଭାରତୀୟ ଜନତା ପାର୍ଟିର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
10:46 March 27
ଭୋଟ୍ ଦେବାକୁ ମମତା ବାନାର୍ଜୀଙ୍କ ଅପିଲ୍
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି । ଟ୍ବିଟ୍ କରି ସେ କହିଛନ୍ତି, ‘ ଶନିବାର ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ରାଜ୍ୟବାସୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଆହ୍ବାନ କରୁଛି’ ।
10:40 March 27
ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି
ସେପଟେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ‘ଆସାମ ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ସର୍ବାଧିକ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଏବଂ ଏକ ନୂତନ ଭୋଟ୍ ରେକର୍ଡ ସ୍ଥାପନ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ’ । ଏହାସହ ଆଜି ବଙ୍ଗଳା ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ମଧ୍ୟ । ଏହାକୁ ନେଇ ନଡ୍ଡା କହିଛନ୍ତି, ‘ ଆପଣଙ୍କ ଭୋଟ୍ ଆପଣଙ୍କ ରାଜ୍ୟ ପାଇଁ ଭବିଷ୍ୟତ ଲେଖିବ । ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି ଯେ କୋଭିଡ ସହ ଜଡିତ ସତର୍କତା ଅବଲମ୍ବନ କରି ଗଣତନ୍ତ୍ରର ଏହି ପର୍ବରେ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରନ୍ତୁ ’।
10:17 March 27
ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟରଙ୍କୁ ଅପିଲ୍ କରିଛନ୍ତି
ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟରଙ୍କୁ ଅପିଲ୍ କରିଛନ୍ତି । ଟ୍ବିଟ କରି ବଙ୍ଗବାସୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଭୋଟରଙ୍କୁ ମୁଁ ନିବେଦନ କରୁଛି ଯେ ବଙ୍ଗଳାର ଗର୍ବକୁ ଫେରାଇ ଆଣିବା ପାଇଁ ନିର୍ଭୟରେ ଅଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଆପଣଙ୍କର ଗୋଟିଏ ଭୋଟ୍ ବଙ୍ଗଳାକୁ ସୁଭାଷ ଚନ୍ଦ୍ର ବୋଷ, ଗୁରୁଦେବ ଟେଗୋର ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରି ମହାନ ବ୍ୟକ୍ତିଙ୍କ କଳ୍ପନାକୁ ସତ କରିବ’ । ଆସାମ ପାଇଁ ସେ ଲେଖିଛନ୍ତି, ‘ଆଜି ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ରାଜ୍ୟରେ ଶାନ୍ତି, ବିକାଶ ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ମୁଁ ସମସ୍ତ ଭାଇ ଓ ଭଉଣୀଙ୍କୁ, ବିଶେଷ କରି ଯୁବକମାନଙ୍କୁ ନିବେଦନ କରୁଛି। ଗଣତନ୍ତ୍ରର ଏହି ମହାପର୍ବରେ ଆପଣଙ୍କ ଅଂଶଗ୍ରହଣ ଆସାମର ପ୍ରଗତିର ମୁଖ୍ୟ ସ୍ତମ୍ଭ, ତେଣୁ ଭୋଟ୍ ଦିଅନ୍ତୁ ’ ।
10:17 March 27
ଭୋଟ୍ ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍
ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ବିଟ କରି ଲେଖିଛନ୍ତି, ‘ ମୁଁ ଆସାମର ନାଗରିକଙ୍କୁ ଗଣତନ୍ତ୍ରର ପର୍ବ ପାଳନ କରିବାକୁ ଏବଂ ସରକାରଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛି । ଏହା ଆସାମର ‘ସଭ୍ୟତା, ସୁରକ୍ଷା ଏବଂ ବିକାଶ’କୁ ସମର୍ଥନ କରିବ । ଅନ୍ୟପକ୍ଷେ ପଶ୍ଚିମବଙ୍ଗବାସୀଙ୍କ ପାଇଁ ସେ ଲେଖିଛନ୍ତି, ‘ଆଜି ବଙ୍ଗଳାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆପଣଙ୍କର ପ୍ରତ୍ୟେକ ଭୋଟ୍ ବଙ୍ଗଳାର ହଜିଯାଇଥିବା ପରିଚୟ ଏବଂ ଗର୍ବକୁ ଫେରାଇ ଦେବ ଓ ରାଜ୍ୟକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ନେଇଯିବ । ମୁଁ ସମସ୍ତ ଭୋଟରଙ୍କୁ, ବିଶେଷ କରି ନୂତନ ଭୋଟରମାନଙ୍କୁ ଏକ ନିରାପଦ, ସମୃଦ୍ଧ ତଥା ପ୍ରଗତିଶୀଳ ବଙ୍ଗଳା ଗଠନ ପାଇଁ ଭୋଟ୍ ଦେବାକୁ ଅନୁରୋଧ କରୁଛି ’ ।
09:29 March 27
ସକାଳ 9ଟା ସୁଦ୍ଧା ବଙ୍ଗ-ଆସାମର ଭୋଟିଂ ପ୍ରତିଶତ 8.84% ଏବଂ 7.72% ଭୋଟିଂ
ସକାଳ 9ଟା ସୁଦ୍ଧା ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ଯଥାକ୍ରମେ 8.84% ଏବଂ 7.72% ଭୋଟର୍ ଭୋଟ୍ ଦେଇଛନ୍ତି ।
08:43 March 27
ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ
ପଶ୍ଚିମବଙ୍ଗ ମିଦାନାପୋର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସମିତ୍ ଦାସ ମତଦାନ କରିଛନ୍ତି । ଏହାସହ ସେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ଗ୍ରାମାଞ୍ଚଳର କେତେକ ସ୍ଥାନରେ ଟିଏମସି କର୍ମଚାରୀମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବୁଥ ନଂ 266 & 267, 7-8 ଟିଏମସି କର୍ମଚାରୀ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବୁଥରେ ପ୍ରବେଶ କରିଥିଲେ । ଏହାକୁ ନେଇ ଆମେ EC ରେ ଅଭିଯୋଗ କରିଛୁ ।
08:38 March 27
କୋଭିଡ ଗାଇଡଲାଇନ୍ ମାନି ଚାଲିଛି ମତଦାନ
ଭୋଟରଙ୍କ ତାପମାତ୍ରା ଯାଞ୍ଚ କରାଯାଉଛି । ଦିବ୍ରୁଗଡର ଲାହୋୱାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ପ୍ରାଥମିକ ବିଦ୍ୟାଳୟରେ ମାସ୍କ, ଗ୍ଲୋଭସ୍ ଏବଂ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମାଜୁଲୀ ପୋଲିଂ ବୁଥରେ ସାମାଜିକ ଦୂରତା ରଖି ଲୋକ ଭୋଟ୍ ଦେଉଛନ୍ତି ।
07:40 March 27
ବହୁ ମାତ୍ରାରେ ଭୋଟ୍ ଦେବାକୁ ଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍
ବର୍ତ୍ତମାନ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତଥାପି ଦେଶରେ ନିର୍ବାଚନ ନେଇ ଦେଶବାସୀଙ୍କ ଉତ୍ସାହ ବଢାଇଛନ୍ତି। ସେ ଟ୍ବିଟ କରି ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ପଶ୍ଚିମବଙ୍ଗ ଏବଂ ଆସାମର ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ।
07:31 March 27
ପଶ୍ଚିମବଙ୍ଗରେ ମତଦାନ
ପଶ୍ଚିମବଙ୍ଗରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ । ଚାଲିଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର୍ ।
07:29 March 27
ଆସାମରେ ଚାଲିଛି ମତଦାନ
ସକାଳୁ ସୁରୁଖୁରରେ ଚାଲିଛି ଭୋଟ୍ ଗ୍ରହଣ । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଦିବରୁଗଡର ଜେପିନଗରର ଏକ ମତଦାନ କେନ୍ଦ୍ରରେ ଭୋଟର ସକାଳୁ ଧାଡିରେ ଠିଆ ହୋଇ ମତଦାନକୁ ପାଇଁ ଅପେକ୍ଷା କରିଛନ୍ତି ।
06:53 March 27
ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ
ଆସାମ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । 10ରୁ ଅଧିକ ରାଜନୈତିକ ଦଳର 264 ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ 47 ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ମତଦାନ କେନ୍ଦ୍ର ସଂଖ୍ୟା 2016ରେ 24,890 ରୁ 2021 ରେ 33,530 କୁ ବୃଦ୍ଧି କରାଯାଇଛି । ମତଦାନ କେନ୍ଦ୍ରରେ ଶତକଡ଼ା 35.71 ପ୍ରତିଶତ ବୃଦ୍ଧି ପାଇଛି । ଆସାମରେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ 31 ମେ’ରେ ଶେଷ ହେବ।
06:12 March 27
ପ୍ରଥମ ପର୍ଯ୍ୟାୟରେ 191 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଶେଷ । ଭୋଟରମାନେ ଆଜି ପ୍ରାୟ 191 ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। 2 ଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି ଆଗାମୀ 5 ବର୍ଷ ପାଇଁ ଶାସନ କରିବାକୁ ଆଉଥରେ ଚେଷ୍ଟା କରିବ, ସେପଟେ ବିଜେପି ମଧ୍ୟ ନିଜର ବଳିଷ୍ଠ ପ୍ରତିଦ୍ବନ୍ଦୀ ଟିଏମସି ବିରୁଦ୍ଧରେ ଲଢିବାକୁ ପ୍ରୟାସ କରିବ । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ 10,288 ବୁଥ ସ୍ଥାପନ କରାଯାଇଛି।