ରାଞ୍ଚି: ଦେଶରେ ହୁ ହୁ ହୋଇ ବଢି ଚାଲିଛି କୋରୋନା । ଫଳରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅଭାବ ପଡିଛି ଅମ୍ଳଜାନ । ଅମ୍ଳଜାନ ଅଭାବକୁ ଦୂରୀଭୁତ କରିବା ପାଇଁ ଭାରତୀୟ ରେଳବାଇ ଅମ୍ଳଜାନ ଏକ୍ସପ୍ରେସ ସେବା ଆରମ୍ଭ କରିଛି । ତେବେ ଝାଡ଼ଖଣ୍ଡରୁ ମଧ୍ୟପ୍ରଦେଶକୁ ମଙ୍ଗଳବାର ସକାଳେ ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ପଠାଯାଇଛି ।
ଏହି ଅମ୍ଳଜାନ ଏକ୍ସପ୍ରେସରେ 6ଟି ଟାଙ୍କର ରହିଥିବା ଭାରତୀୟ ରେଳବାଇ ସୂଚନା ଦେଇଛି । ରାଜ୍ୟର ମଣ୍ଡିଦୀପ ଓ ଜବଲପୁରକୁ ଏହି ଅମ୍ଳଜାନ ଏକ୍ସପ୍ରେସ ମାଧ୍ୟମରେ ତରଳ ଅମ୍ଳଜାନ ପଠାଯାଉଛି । ତେବେ ଅମ୍ଳଜାନଗୁଡିକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବା ପରେ ପୁଣି ଖାଲି ଟାଙ୍କର ଝାଡ଼ଖଣ୍ଡକୁ ଫେରି ପୁନଃ ଅମ୍ଳଜାନ ପଠାଯିବ ବୋଲି ଜଣାପଡିଛି ।