ଓଡିଶା

odisha

By

Published : Sep 27, 2021, 10:30 PM IST

ETV Bharat / bharat

ଲାଲଗଡରେ ଗର୍ଜୁଛି ବନ୍ଧୁକ, CRPF କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ

ଛତିଶଗଡ଼ ବିଜାପୁର ସିଆରପିଏଫ(CRPF) କ୍ୟାମ୍ପ ଉପରକୁ ଗୁଳିମାଡ କରିଛନ୍ତି ମାଓବାଦୀ । ୧୯୬ ବାଟାଲିଅନ କ୍ୟାମ୍ପ ଉପରେ ମାଓବାଦୀଙ୍କ ଗୁଳିବର୍ଷା । ମାଓବାଦୀଙ୍କୁ କଡା ଜବାବ ଦେଉଛନ୍ତି ଯବାନଙ୍କ । ଅଧିକ ପଢନ୍ତୁ...

ଲାଲଗଡରେ ଗର୍ଜୁଛି ବନ୍ଧୁକ, CRPF କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ
ଲାଲଗଡରେ ଗର୍ଜୁଛି ବନ୍ଧୁକ, CRPF କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ

ରାୟପୁର:ଲାଲଗଡରେ ପୁଣି ଗର୍ଜି ଉଠିଛି ବନ୍ଧୁକ । ଛତିଶଗଡ଼ ବିଜାପୁର ସିଆରପିଏଫ(CRPF) କ୍ୟାମ୍ପ ଉପରକୁ ଗୁଳିମାଡ କରିଛନ୍ତି ମାଓବାଦୀ । ୧୯୬ ବାଟାଲିଅନ କ୍ୟାମ୍ପ ଉପରେ ମାଓବାଦୀଙ୍କ ଗୁଳିବର୍ଷା । ମାଓବାଦୀଙ୍କୁ କଡା ଜବାବ ଦେଉଛନ୍ତି ଯବାନଙ୍କ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ନାହିଁ ।

ଛତିଶଗଡ଼ ବିଜାପୁର ଜିଲ୍ଲା ଧର୍ମାରାମ ସିଆରପିଏଫ କ୍ୟାମ୍ପ ଉପରେ ସିଆରପିଏଫ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଜବାବରେ ପାଲଟା ଗୁଳିଚାଳନା କରୁଛନ୍ତି ଯବାନ । ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି।

୨୦୨୧ ଏପ୍ରିଲରେ ଲାଲ ସଲାମର ଦ୍ବାହି ଦେଇ ମାଓବାଦୀ ଖେଳଥିଲେ ରକ୍ତର ହୋଲି । ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲଙ୍କ ଆଖିବୁଜା ଗୁଳାଚାଳନା ପରେ ରକ୍ତରେ ଭିଜିଥିଲା ବିଜାପୁର ମାଟି । ଛତିଶଗଡ ବିଜାପୁର ନକ୍ସଲ ନାରକୀୟ କାଣ୍ଡ ଏବେ ବି ଲିଭିନି ମନରୁ ଲିଭିନାହିଁ ।

ବିଜାପୁର ମାଟିକୁ ଦୋହଲାଇ ଦେଇଥିଲା ନକ୍ସଲ ଆକ୍ରମଣ ଘଟଣା । ଛତିଶଗଡର ଛାତିରେ ନକ୍ସଲ ଘଟାଇଥିଲେ ନାରକୀୟ କାଣ୍ଡ । ଶହୀଦ ହୋଇଯାଇଥଇଲେ 22 ଯବାନ । ଆଉ ରକ୍ତ ରଞ୍ଜିତ ମାଟିର ଛାତିଥରା ଦୃଶ୍ୟ ସମସ୍ତଙ୍କୁ କରିଦେଇଥିଲା ସ୍ତବ୍ଧ । ଶାନ୍ତ ଥିବା ବିଜାପୁର ଅଚାନକ ହୋଇଉଠିଥିଲା ଅଶାନ୍ତ । ମାଓବାଦୀଙ୍କ ବର୍ବରତାରେ ଭୟଭୀତ ହୋଇପଡିଥିଲା ବିଜାପୁର ଅଞ୍ଚଳ ।

ABOUT THE AUTHOR

...view details