ମୁମ୍ବାଇ: ମହାରାଷ୍ଟ୍ରର ନନ୍ଦୁରବାର ରେଳଷ୍ଟେସନରେ ଗାନ୍ଧିଧାମ ଏକ୍ସପ୍ରେସରେ ଘଟିଛି ଅଗ୍ନିକାଣ୍ଡ । ଦିନ ପ୍ରାୟ ୧୦ଟା ୪୫ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାତ୍ରୀମାନଙ୍କ ମୃତାହତ ନେଇ କୌଣସି ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ଏହି ଟ୍ରେନ ପୁରୀ ଯାଉଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ରେଲୱେ ଷ୍ଟେସନରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଘଟିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ସେପଟେ କିଛି ଯାତ୍ରୀ ଟ୍ରେନରୁ ବାହାରକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି ।