ଓଡିଶା

odisha

ETV Bharat / bharat

ଗାଜିଆବାଦ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ଗାଜିଆବାଦର ବୁଲନ୍ଦ ସହର ରୋଡରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ 10ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଧିକ ପଢନ୍ତୁ...

By

Published : May 12, 2021, 1:26 PM IST

Updated : May 12, 2021, 1:44 PM IST

ଗାଜିଆବାଦ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, 10 ଦମକଳ ଗାଡ଼ି ନିୟୋଜିତ
ଗାଜିଆବାଦ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, 10 ଦମକଳ ଗାଡ଼ି ନିୟୋଜିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ବୁଲନ୍ଦ ସହର ରୋଡରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ତେବେ ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ ଅନ୍ୟ ଏକ କାରଖାନା ମଧ୍ୟ ଜଳି ଯାଇଥିଲା । କୁହାଯାଉଛି ଯେ ନିଆଁ କାରଣରୁ କାରଖାନାରେ ଥିବା ରାସାୟନିକ ଡ୍ରମ୍ ଫାଟି ଅଧିକ ବିସ୍ଫୋରଣ ହୋଇଛି ।

ସୂଚନା ପାଇବା ମାତ୍ରେ ଅନେକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରଛନ୍ତି । ସୂଚନାନୁସାରେ, ବୁଧବାର ସକାଳେ କବିନଗର ପୋଲିସ ଷ୍ଟେସନ ପରିସରରେ ଥିବା ବୁଲନ୍ଦସହର ରୋଡରେ ଅବସ୍ଥିତ F-23 ମିଥାଇଲ ପିଗମେଣ୍ଟ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ବିଶାଳ ରୂପ ନେଇଥିଲା ଥିଲା ଯେ, ନିକଟରେ ଥିବା ଅନ୍ୟ ଦୁଇଟି କାରଖାନା ମଧ୍ୟ ଜଳିଗଲା । ଏହା ଏକ ରାସାୟନିକ କାରଖାନା ହୋଇଥିବାରୁ ମଝି ମଝିରେ ବିସ୍ଫୋରଣ ହେଉଛି ।

ଏପଟେ କେମିକାଲ ଲିକ ଯୋଗୁଁ କାରଖାନା ବାହାରେ ପାର୍କିଂ ହୋଇଥିବା କାର ମଧ୍ୟ ଜଳିଯାଇଛି । ତେବେ ନିଆଁ ଏତେ ଭୟଙ୍କର ଥିଲା ଯେ, 5 କିମି ଦୂର ପର୍ଯ୍ୟନ୍ତ ଏହାର ଧୂଆଁ ଦେଖାଯାଉଥିଲା । ସୂଚନା ପାଇବା ମାତ୍ରେ 10 ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ତେବେ ଲକଡାଉନ କାରଣରୁ କାରଖାନାରେ ଅଧିକାଂଶ ଲୋକ ନଥିଲେ । କେବଳ ଗାର୍ଡ ଉପସ୍ଥିତ ଥିଲେ । ଏଯାବତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2021, 1:44 PM IST

ABOUT THE AUTHOR

...view details