ମୁମ୍ବାଇ:ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ, ମୁମ୍ବାଇର ଫ୍ୟାଶନ ଷ୍ଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା(Fire breaks out on Mumbai's Fashion Street) । ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଫ୍ୟାଶନ ଷ୍ଟ୍ରିଟରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ 10 ରୁ 12 ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ(Chhatrapati Shivaji Maharaj Terminus)ରେ ଆଜାଦ ମଇଦାନ ନିକଟରେ ଏକ ପ୍ରସିଦ୍ଧ ଫ୍ୟାଶନ ଷ୍ଟ୍ରିଟ(Fashion Street)ରେ ରହିଛି । ଫ୍ୟାଶନ ଷ୍ଟ୍ରିଟରେ ଥିବା କିଛି ଦୋକାନରେ କୋଣସି କାରଣରୁ ଆଜି ନିଆଁ ଲାଗିଯାଇଥିଲା। ଆଜି ଦିନ ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଷ୍ଟ୍ରିଟରେ ବହୁ ସଂଖ୍ୟକ ପୋଷାକ ଦୋକାନ ଥିବାରୁ ନିଆଁ ବ୍ୟାପିଯିବାର ଆଶଙ୍କା କରାଯାଉଥିଲା। କିନ୍ତୁ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ୧୨ ମିନିଟରେ ଆୟତ କରିଥିଲା ।