ଓଡିଶା

odisha

ETV Bharat / bharat

ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ; ଜଳିଗଲା 25 ଲକ୍ଷ ଟଙ୍କାର ମେଡିସିନ

ଇନ୍ଦୋରର ଭାରତ ସେରମ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଳିଗଲା 20ରୁ 25 ଲକ୍ଷ ଟଙ୍କାର ମେଡିସିନ । ଅଧିକ ପଢନ୍ତୁ...

By

Published : May 17, 2021, 11:42 AM IST

ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ
ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ

ଭୋପାଳ:ମେଡିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏକ ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଫଳରେ କୋରୋନା ରୋଗୀଙ୍କ ପାଇଁ ଥିବା 20ରୁ 25 ଲକ୍ଷ ଟଙ୍କାର ମେଡିସିନ ଜଳିପୋଡି ପାଉଁଶ ହୋଇଛି ।

ଅଗ୍ନିଶମ ବାହିନୀ ଅଧିକାରୀ ସନ୍ତୋଷ ଦୁବେ କହିଛନ୍ତି ଇନ୍ଦୋରର ଭାରତ ସେରମ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫଳରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଥିବା 20ରୁ 25ଲକ୍ଷ ଟଙ୍କାର ଔଷଧ ଓ ମେଡିକାଲ ଉପକରଣ ଜଳିପୋଡି ପାଉଁଶ ହୋଇଛି । ସେ ଆହୁରି କହିଛନ୍ତି ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ମଧ୍ୟ ଥିବା ମେଡିସିନ ନଷ୍ଟ ହୋଇଛି ।

ନିଆଁ ଲଗିବାର କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ନିଆଁକୁ ଆୟତ୍ତ କରାଯାଇଥିଲା । କମ୍ପାନୀର ଶୀତଳ ଭଣ୍ତାରରେ ଥିବା କିଛି ଔଷଧକୁ ସୁରକ୍ଷିତ କରାଯାଇଛି ବୋଲି କହିଛନ୍ତି ଅଗ୍ନିଶମ ବାହିନୀ ଅଧିକାରୀ ସନ୍ତୋଷ ଦୁବେ । କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

@ANI

ABOUT THE AUTHOR

...view details