ଓଡିଶା

odisha

ETV Bharat / bharat

ସ୍ପିକର ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀର ଓ୍ବାଜିପୁର ଶିଳ୍ପାଞ୍ଚଳରେ ଥିବା ସ୍ପିକର ତିଆରି କାରଖାନା (speaker manufacturing factory)ରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

By

Published : May 11, 2022, 6:41 AM IST

ସ୍ପିକର ତିଆରି କାରଖାନାରେ ଭାୟାବହ ଅଗ୍ନିକାଣ୍ତ;କାରଣ ଅସ୍ପଷ୍ଟ
ସ୍ପିକର ତିଆରି କାରଖାନାରେ ଭାୟାବହ ଅଗ୍ନିକାଣ୍ତ;କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ:ନୂଆଦିଲ୍ଲୀର ଓ୍ବାଜିପୁର ଶିଳ୍ପାଞ୍ଚଳରେ ଥିବା ସ୍ପିକର ତିଆରି କାରଖାନା (speaker manufacturing factory)ରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ନୂଆଦିଲ୍ଲୀର ଓ୍ବାଜିପୁର ଶିଳ୍ପାଞ୍ଚଳରେ ଥିବା ସ୍ପିକର ତିଆରି କାରଖାନାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । କମ୍ପାନୀରେ ନିଆଁ ଲାଗିବା ଦେଖି କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ହେଲେ ଅଗ୍ନିକାଣ୍ତର ଭୟାବହତା ଅଧିକ ଥିବାରୁ ନିଆଁ ଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡି ନିୟୋଜିତ ହୋଇଛି । ଏନେଇ ଷ୍ଟେସନ ଅଫିସର ରାମଗୋପାଳ ମୀନା ସୂଚନା ଦେଇଛନ୍ତି । ହେଲେ ଏ ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି ।

ABOUT THE AUTHOR

...view details