ଓଡିଶା

odisha

ETV Bharat / bharat

ସିକନ୍ଦରାବାଦ କ୍ଲବରେ ବଡ ଧରଣର ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର ସମ୍ପତ୍ତି ପାଉଁଶ - ହାଇଦ୍ରାବାଦରେ ଅଗ୍ନିକାଣ୍ଡରେ ଜଳିଗଲା କୋଟି କୋଟି ସମ୍ପତ୍ତି

ସିକନ୍ଦରାବାଦ କ୍ଲବରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଜନିଷ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା । ପ୍ରାୟ 4 ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଧିକ ପଢ଼ନ୍ତୁ

fire Accident in secunderabad club rs Crores of property lost
ହାଇଦ୍ରାବାଦରେ ବଡ଼ ଧରଣର ଅଗ୍ନିକାଣ୍ଡ, କୋଟି କୋଟି ସମ୍ପତ୍ତି ନଷ୍ଟ

By

Published : Jan 16, 2022, 10:07 AM IST

Updated : Jan 16, 2022, 11:03 AM IST

ହାଇଦ୍ରାବାଦ: ସିକନ୍ଦରାବାଦ କ୍ଲବରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଭୋର 3ଟାରେ ସିକନ୍ଦରାବାଦ କ୍ଲବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଅଗ୍ନିକାଣ୍ଡର ସୂଚନା ପାଇବା ପରେ ଘଟଣାସ୍ଥଳରେ 7ଟି ଦମକଳ ଗାଡି ପହଞ୍ଚିଥିଲା । ଦୀର୍ଘ 4 ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ମକର ସଂକ୍ରାନ୍ତି ପାଇଁ ଗତକାଲି କ୍ଲବଟି ବନ୍ଦ ଥିଲା । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ଜଣାପଡିନାହିଁ ।

ସିକନ୍ଦରାବାଦ କ୍ଲବରେ ବଡ ଧରଣର ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର ସମ୍ପତ୍ତି ପାଉଁଶ

ସୂଚନା ଥାଉକି, 1878 ମସିହାରେ ବ୍ରିଟିଶ ଶାସନରେ ସାମରିକ ଅଧିକାରୀଙ୍କ ପାଇଁ ଏହି କ୍ଲବ ନିର୍ମାଣ କରାଯାଇଥିଲା । ଏହି କ୍ଲବଟି ପ୍ରାୟତଃ 20 ଏକର ଜମିରେ ନିର୍ମାଣ କରାଯାଇଥିଲା । 2017 ମସିହାରେ କେନ୍ଦ୍ର ସରକାର ଏହାକୁ ଏକ ଭାରତୀୟ ହେରିଟେଜ୍ ସାଇଟ୍ ଭାବେ ସ୍ବୀକୃତି ପ୍ରଦାନ କରିଥିଲେ । ଏହି କ୍ଲବରେ 250 ନିୟମିତ କର୍ମଚାରୀ ଏବଂ 100 ଚୁକ୍ତିଭିତ୍ତିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 16, 2022, 11:03 AM IST

ABOUT THE AUTHOR

...view details