ପାଟନା:କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ପୂର୍ବତନ ବିଧାୟକ,ଭୋଜପୁରୀ ଅଭିନେତ୍ରୀ ସମେତ 200 ଲୋକଙ୍କ ନାଁରେ ମାମଲା । ନାଇଟ କର୍ଫ୍ୟୁ ଆଇନକୁ ଅବମାନନା କରି କୋଭିଡ ଗାଇଡଲାଇନର ଉଲ୍ଲଘଂନ କରିଛନ୍ତି । ବିହାରର ଲାଲଗଞ୍ଜରେ ଏକ କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନର ଖୁଲମଖୁଲା ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।
ସାରା ଦେଶେର କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଜାରୀ ରହଥିବାବେଳେ ବିଭିନ୍ନ ରାଜ୍ଯରେ ଜାରୀ ହୋଇଛିି କୋଭିଡ କଟକଣା । ନାଇଟକର୍ଫ୍ୟୁ ସହ ଲକଡାଉନ ଓ ସଟଡାଉନ ଜାରୀ ରହିଛି । ଏଭଳି ପରିସ୍ଥିତିରେ ଲାଲଗଞ୍ଜର ପୂର୍ବତନ ବିଧାୟକ ଏକ ବଡ ଘରୋଇ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ସରକାର ଚିନ୍ତାରେ । ଏଭିଳି ପରିସ୍ଥିତିରେ କୋରୋନା ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଏକ ବଡ ପାର୍ଟିର ଆୟୋଜନ କରିଛନ୍ତି । ସମସ୍ତ ପ୍ରକାରର ନିୟମ କାନୁନକୁ ଖୋଲାଖୋଲି ଉଲ୍ଲଙ୍ଘନ କରି କାର୍ଯ୍ୟକ୍ରମ କରାଯାଉଛି । ଯେଉଁଥିଲେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ ଙ୍କ ନାଚ ଦେଖିବାକୁ ମିଳିଛି । ଏହା ସହ ପୂର୍ବତନ ଲାଲଗଞ୍ଜ ବିଧାୟକ ଗୀତ ଗାଉଛନ୍ତି । ଏହି ସମାରୋହରେ ସାମିଲ ହୋଇଥିବା ଲୋକେ ମାସ୍କ, ସାମାଜିକ ଦୂରତା ସହ କୋରୋନା ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିବା ଜାଣାପଡିଛି ।