ଓଡିଶା

odisha

ETV Bharat / bharat

ଆତ୍ମନିର୍ଭର ଭାରତ ବିଚ୍ଛିନ୍ନତାବାଦ କିମ୍ବା ସଂରକ୍ଷଣବାଦ ନୁହେଁ: ଅର୍ଥମନ୍ତ୍ରୀ - ଅର୍ଥମନ୍ତ୍ରୀଙ୍କ ଆମେରିକା ଗସ୍ତ

ଆତ୍ମନିର୍ଭର ଭାରତ ବିଚ୍ଛିନ୍ନତାବାଦ କିମ୍ବା ସଂରକ୍ଷଣବାଦ ନୁହେଁ । ବିଶ୍ବ ଜିଡିପିରେ ଭାରତର ଯୋଗଦାନ ବୃଦ୍ଧି କରିବା ଏହି ମହତ୍ତ୍ବାକାଂକ୍ଷୀ ପରିଯୋଜନାର ଉଦ୍ଦେଶ୍ୟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

ଆତ୍ମନିର୍ଭର ଭାରତ ବିଚ୍ଛିନ୍ନତାବାଦ କିମ୍ବା ସଂରକ୍ଷଣବାଦ ନୁହେଁ: ଅର୍ଥମନ୍ତ୍ରୀ
ଆତ୍ମନିର୍ଭର ଭାରତ ବିଚ୍ଛିନ୍ନତାବାଦ କିମ୍ବା ସଂରକ୍ଷଣବାଦ ନୁହେଁ: ଅର୍ଥମନ୍ତ୍ରୀ

By

Published : Oct 12, 2022, 12:30 PM IST

ୱାଶିଂଟନ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆତ୍ମନିର୍ଭର ଭାରତ ବିଚ୍ଛିନ୍ନତାବାଦ କିମ୍ବା ସଂରକ୍ଷଣବାଦ ନୁହେଁ(protectionism) । ବିଶ୍ବ ଡିଜିପିରେ ଭାରତର ଉତ୍ପାଦନ ଅଂଶ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ମଙ୍ଗଳବାର ଠାରୁ ଆମେରିକା ଗସ୍ତରେ ଥିବା ଅର୍ଥମନ୍ତ୍ରୀ ୱାଶିଂଟନ ସ୍ଥିତ ପ୍ରତିଷ୍ଠିତ ବ୍ରୁକିଙ୍ଗ ଇନଷ୍ଟିଚ୍ୟୁଟ(Brookings Institute)ରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, ''ଭିତ୍ତିଭୂମି ଏବଂ କନେକ୍ଟିଭିଟିର ଅଭାବ ଯୋଗୁଁ ଭାରତରେ ବ୍ୟାପକ ଶିଳ୍ପାୟନ ହୋଇପାରି ନାହିଁ । ମୋଦି ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଆତ୍ମନିର୍ଭର ଭାରତ ପରିଯୋଜନା ଗତ ଆଠ ବର୍ଷରେ ଏହି ଅଭାବ ଦୂର କରିବାକୁ ପ୍ରୟାସ କରୁଛି । ଏହି ପରିଯୋଜନାକୁ ବିଚ୍ଛିନ୍ନତାବାଦ ଅବା ସଂରକ୍ଷଣବାଦ ରୂପେ ଭୁଲ୍ ବାଖ୍ୟା କରାଯାଉଛି ।''

ମାତ୍ର ବାସ୍ତବରେ ଆତ୍ମନିର୍ଭର ଭାରତ ମାଧ୍ୟମରେ କୁଶଳୀ ଓ ଅର୍ଦ୍ଧକୁଶଳୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ମୋଟ ଘରୋଇ ଉତ୍ପାଦ(GDP)ରେ ଭାରତର ବିନିର୍ମାଣ ଅଂଶ ବୃଦ୍ଧି କରିବା ଉଚିତ୍ । ଆହୁରିମଧ୍ୟ ସୀତାରମଣ ପାଶ୍ଚତ୍ୟ ଦେଶଗୁଡିକ ଦ୍ବାରା ବିଭିନ୍ନ ଦେଶ ଉପରେ ଲାଗିଥିବା ପ୍ରତିବନ୍ଧକୁ ବିରୋଧ କରି କହିଛନ୍ତି, ନିକଟ ଭବିଷ୍ୟତରେ ଏହି ବିକଶିତ ଦେଶ ଗୁଡିକ ନିଜର ରାଜନୈତିକ ଏବଂ ଅର୍ଥନୈତିକ ନୀତିଗତ ନିଷ୍ପତ୍ତି ନିମନ୍ତେ ବୈଶ୍ବିକ ପ୍ରଭାବ ପାଇଁ ଉତ୍ତରଦାୟୀ ରହିବା ଉଚିତ୍ । ନିଜ ଲୋକଙ୍କ ପାଇଁ ନୈତିକ ଓ ଗଣତାନ୍ତ୍ରିକ ଦାୟିତ୍ବ ପୂରଣ କରୁଥିବା ସେହିସବୁ ରାଷ୍ଟ୍ରଗୁଡିକ ଉପରେ କଟକଣା ଲଗାଇବା ବଦଳରେ ସୁରକ୍ଷା ପ୍ରଣାଳୀ ମଜବୁତ କରିବା ଆବଶ୍ୟକ ।

ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ନେତୃତ୍ବାଧୀନ ପାଶ୍ଚାତ୍ୟ ଦେଶଗୁଡିକ ଋଷିଆରୁ ତୈଳ କ୍ରୟ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଋଷିଆରୁ ତୈଳ ଆମଦାନୀ ନ କରିବା ଲାଗି ଅନ୍ୟ ଦେଶଗୁଡିକୁ ପାଶ୍ଚତ୍ୟ ରାଷ୍ଟ୍ର ପକ୍ଷରୁ ଚାପ ପକାଯାଉଥିବା ବେଳେ ଅର୍ଥମନ୍ତ୍ରୀଙ୍କ ଏହି ଟିପ୍ପଣୀ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ତେବେ ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ପୂର୍ବାପେକ୍ଷା ଏବେ ଖୁବ୍ ଅଧିକ ରହିଛି ବୋଲି ସୀତାରମଣ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:ଆହ୍ଲାବାଦ HCଙ୍କ ବଡ଼ ରାୟ, ପ୍ରଥମ ପତ୍ନୀଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ମୁସଲିମଙ୍କୁ ଦ୍ବିତୀୟ ବିବାହ ମନା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଏବଂ ବିଶ୍ବବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗ ଦେବା ପାଇଁ ମଙ୍ଗଳବାର ଆମେରିକା ଗସ୍ତ କରିଛନ୍ତି । ଏହି ବୈଠକରେ ବିଶ୍ବର ବର୍ତ୍ତମାନର ଆର୍ଥିକ ସ୍ଥିତି ଉପରେ ଆଲୋଚନା କରାଯିବ । ଗସ୍ତ ସମୟରେ ସୀତାରମଣ ଆମେରିକାର ଅର୍ଥମନ୍ତ୍ରୀ ଜେନେଟ ୟେଲେନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ସେ ଜାପାନ, ଦକ୍ଷିଣ କୋରିଆ, ସାଉଦିଆରବ, ଅଷ୍ଟ୍ରେଲିଆ, ଭୁଟାନ, ନ୍ୟୁଜଲାଣ୍ଡ ଇତ୍ୟାଦି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।

ABOUT THE AUTHOR

...view details