ଓଡିଶା

odisha

ETV Bharat / bharat

ନାସିକ ନିକଟରେ LTT-Jaynagar ଏକ୍ସପ୍ରେସ ଲାଇନଚ୍ୟୁତ: ଜଣେ ମୃତ, 6 ଆହତ - ନାସିକ ନିକଟରେ ଟ୍ରେନ ଲାଇନଚ୍ୟୁତ

ମହାରାଷ୍ଟ୍ରର ନାସିକ ନିକଟରେ LTT-Jaynagar (11061) ଏକ୍ସପ୍ରେସ ଲାଇନଚ୍ୟୁତ । ଜଣେ ମୃତ, 6 ଆହତ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସ୍ପଷ୍ଟ ହୋଇନି ମୃତାହତଙ୍କ ସମ୍ପର୍କରେ ସୂଚନା । ଅଧିକ ପଢନ୍ତୁ

ନାସିକ ନିକଟରେ ଲାଇନଚ୍ୟୁତ ହେଲା LTT-Jaynagar ଏକ୍ସପ୍ରେସ, ଉଦ୍ଧାର କାର୍ଯ୍ୟ ଜାରି
ନାସିକ ନିକଟରେ ଲାଇନଚ୍ୟୁତ ହେଲା LTT-Jaynagar ଏକ୍ସପ୍ରେସ, ଉଦ୍ଧାର କାର୍ଯ୍ୟ ଜାରି

By

Published : Apr 3, 2022, 5:13 PM IST

Updated : Apr 3, 2022, 8:22 PM IST

ମୁମ୍ବାଇ:ମହାରାଷ୍ଟ୍ରର ନାସିକ ନିକଟରେ LTT-Jaynagar (11061) ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଲାହାବତୀ ଓ ଡେଭଲାଲୀ ମଧ୍ୟରେ ନାସିକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର 10ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 6ଜଣ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ସ୍ଥାନୀୟ ହସ୍ପିଟାଲରେ ଆହତଙ୍କୁ ଉଦ୍ଧାର କରି ଭର୍ତ୍ତି କରାଯାଇଛି ।

ନାସିକ ନିକଟରେ LTT-Jaynagar ଏକ୍ସପ୍ରେସ ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଘଟଣାସ୍ଥଳରେ ରେଳବାଇ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।

ଆଜି ପ୍ରାୟ ଅପରାହ୍ନ 3ଟା 10 ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ରେଳ ବିଭାଗ କୌଣସି ପ୍ରତିକ୍ରିୟା ଦେଇନାହିଁ । ତଦନ୍ତ ଆରମ୍ଭ ହୋଇଛି ଓ ପରେ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2022, 8:22 PM IST

ABOUT THE AUTHOR

...view details