ଚିତ୍ତୋରଗଡ:ରାଜସ୍ଥାନ ଚିତ୍ତୋରଗଡ ଜିଲ୍ଲାର ମାଦଲଦା ଗାଁ । ପରିବେଶ ସଂରକ୍ଷଣର ଜୀବନ୍ତ ଚିତ୍ର ଏହି ଗାଁ । ପ୍ରାୟ ଦେଢ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଚାରିଆଡୁ ସବୁଜସୁନ୍ଦର ଶସ୍ୟଶ୍ୟାମଳା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି , ଏଠାରେ କାହିଁ କେଉଁ ଅନାଦି କାଳରୁ ଗଛଟିଏ କାଟିବା ତ ଦୂରର କଥା ଆଜି ଯାଏଁ ଡାଳ ଖଣ୍ଡେ ବି ଭଙ୍ଗାଯାଇନି । ଏଠାରେ ଧୋକ୍ ଗଛ ଲାଗିଛି । ଗ୍ରାମବାସୀଙ୍କ ବିଶ୍ବାସ ରହିଛି କି ଯଦି ଏହି ଗଛଗଡିକୁ କୌଣସି ବି କ୍ଷତି ପହଞ୍ଚୁଛି , ତେବେ ଲୋକ ଦେବତା କ୍ରୋଧ କରନ୍ତି , ଦୋଷୀଙ୍କୁ କଠୋର ଦଣ୍ଡ ଦେଇଥାନ୍ତି ।
ପାହାଡ ଉପରେ ବିରାଜମାନ ଲୋକ ଦେବତା ଭଗବାନ ଦେବନାରାୟଣଙ୍କ ଉପରେ ଗଭୀର ଆସ୍ଥା ରଖିଥାନ୍ତି ଗ୍ରାମବାସୀ । ଏହି ଗାଁ ସହ ଆଖାପାଖର ଲୋକ ମଧ୍ୟ ଘର-ପରିବାରରେ ନୂଆ କାମ ହେବା ପରେ ସବୁଠୁ ପ୍ରଥମେ ଲୋକ ଦେବତାଙ୍କ ମନ୍ଦିରରେ ପହଞ୍ଚନ୍ତି । ଏଠାରେ ପାତୀ ଅର୍ଥାତ ପତ୍ର ଭାବେ ଆଶୀର୍ବାଦ ମିଳିବା ପରେ ଆଗାମୀ ପଦକ୍ଷେପ ନିଆଯାଏ । ତେବେ ଲୋକ ଦେବତାଙ୍କ ମନ୍ଦିର ନିର୍ମାଣ କେବେ , କିଭଳି ଓ କିଏ କରିଛି .. ଏନେଇ କୌଣସି ଐତିହାସିକ ତଥ୍ୟ ମିଳିନାହିଁ ..କିନ୍ତୁ ଗ୍ରାମବାସୀଙ୍କ ଅନୁସାରେ ଏହା ପ୍ରାୟ 1000 ବର୍ଷ ପୁରୁଣା ମନ୍ଦିର ।
ସ୍ଥାନୀୟ ଭାଷାରେ ଧୋକକୁ ଧୋକଡା ମଧ୍ୟ କୁହାଯାଇଥାଏ । ଏହି ଗାଁର ଘରେ ଘରେ ଧୋକର ବଡ ବଡ ଗଛ ରହିଛି । ଯଦି ଘରେ କୌଣସି ଗଛ ରହିଥାଏ , ତେବେ ତାକୁ ନ କାଟି ଆଡଜଷ୍ଟ କରି ବଢିବାକୁ ଦିଆଯାଏ ।