ଚଣ୍ଡିଗଡ:ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲେ ସୁଦ୍ଧା ପୋଲିସ ଏହାକୁ ଏକ ଗ୍ୟାଙ୍ଗଓ୍ବାର ବୋଲି କହୁଛି । ମାସେ ମଧ୍ୟରେ ନ୍ୟାୟ ନମିଳିଲେ ଅଭିଯୋଗ ପ୍ରତ୍ୟାହାର କରି ବିଦେଶ ଚାଲିଯିବାର ଚେତାବନୀ ଦେଇଛନ୍ତି ହତ୍ୟାର ଶିକାର ହୋଇଥିବା ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ପିତା ବଲକର ସିଂ (father of Sidhu Moose Wala warn to leave country)।
ବଲକର ସିଂ କହିଛନ୍ତି ‘‘ମୋ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା । କିନ୍ତୁ ପୋଲିସ ଏହାକୁ ଏକ ଗ୍ୟାଙ୍ଗଓ୍ବାର ଜନିତ ହତ୍ୟାକାଣ୍ଡ ବୋଲି ଦର୍ଶାଇବାକୁ ଉଦ୍ୟମ କରୁଛି । ଏ ସମ୍ପର୍କରେ ମୁଁ ଏକାଧିକ ଥର ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ନ୍ୟାୟ ପାଇବା ପାଇଁ ପ୍ରୟାସ କରିସାରିଛି । କିନ୍ତୁ କୌଣସି ସୁଫଳ ମିଳନି । ଏବେ ମାସେ ଅପେକ୍ଷା କରିବି, ନଭେମ୍ବର 25 ସୁଦ୍ଧା ନ୍ୟାୟ ନମିଳିଲେ ନିଜ ପୁତ୍ରକୁ ହତ୍ୟା ନେଇ କରିଥିବା ଏତଲା ପ୍ରତ୍ୟାହାର କରିବା ସହ ଦେଶ ଛାଡି ଚାଲିଯିବି (father of Sidhu Moose Wala warn to police)।’’