ଓଡିଶା

odisha

ETV Bharat / bharat

ମିଳିଲାନି ଗାଡି, ବାଇକରେ ପୁଅ ମୃତଦେହ ବୋହିଲେ ବାପା - ମୃତଦେହ ନେବାକୁ ମିଳିଲାନି ଗାଡି

ହସ୍ପିଟାଲରେ ମିଳିଲାନି ଗାଡି । ବାଇକରେ ୭ ବର୍ଷୀୟ ପୁଅର ମୃତଦେହ ବୋହିଲେ ବାପା । ଅଧିକ ପଢନ୍ତୁ

ବାଇକରେ ପୁଅର ମୃତଦେହ ବୋହିଲେ ବାପା
ବାଇକରେ ପୁଅର ମୃତଦେହ ବୋହିଲେ ବାପା

By

Published : Oct 12, 2022, 8:38 AM IST

ଅମରାବତୀ: ମୃତଦେହ ନେବାକୁ ମିଳିଲାନି ଗାଡି । ହସ୍ପିଟାଲରୁ ବାଇକ୍‌ରେ ନିଜ ୭ ବର୍ଷୀୟ ପୁଅର ମୃତଦେହ ବୋହିଲେ ବାପା(Father carries son's mortal remains on two wheeler) । ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲା ରାସ୍ତାରେ ସମସ୍ତଙ୍କୁ ବିଚଳିତ କଲାଭଳି ଏହିଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି । ପିଲାଟିର ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଆମ୍ବୁଲାନ୍ସ ନ ମିଳିବାରୁ ବାପା ବାଇକ୍‌ରେ ଘରକୁ ମୃତଦେହ ନେଇଥିଲେ । ଯାହାକି ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ତିରୁପତି ଜିଲ୍ଲା ଲୋୟର ପୁତୁର ଗାଁର ବାସଭ୍ୟା ନାମକ ୭ ବର୍ଷର ପିଲାଟିକୁ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତୁରନ୍ତ ବାଇକ ଯୋଗେ ତାଙ୍କୁ ନିକଟସ୍ଥ କେଭିବିଆଇପୁରମ ମଣ୍ଡଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଆଣ୍ଟି ଭେନମ୍ ଦେଇଥିଲେ ମଧ୍ୟ ପିଲାଟିର ଜୀବନ ବଞ୍ଚି ପାରିନଥିଲା । ଏହାପରେ ବାପା ଚାଞ୍ଚୟ୍ୟା ପୁଅର ମୃତଦେହ ନେବା ପାଇଁ ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ମାତ୍ର ସେମାନେ ମନା କରିଦେବାରୁ ବାଧ୍ୟ ହୋଇ ସେ ମୃତ ପୁଅକୁ ନିଜ ବାଇକରେ ଗାଁକୁ ନେଇଥିଲେ । ଏହି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିବା ପରେ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ:ନିର୍ବାଚନ ଜିତିଲେ ଜିତିଲେ ମାଗଣା ମେକଅପ୍ କିଟ୍ସ, ଗାଁରେ ଉଡିବ ହେଲିକପ୍ଟର

ଏହାକୁ ନେଇ ତିରୁପତି ଜିଲ୍ଲାପାଳ କହିଛନ୍ତି, ପିଲାଟିର ମୃତ୍ୟୁ ପରେ ତାଙ୍କର ବାପା ମୃତଦେହ ନେବାକୁ ଆମ୍ବୁଲାନ୍ସ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିନଥିଲେ । ସେ ନିଜ ବାଇକରେ ହସ୍ପିଟାଲରୁ ମୃତଦେହ ନେଇଯାଇଥିଲେ । ଡାକ୍ତରମାନେ ମଧ୍ୟ ଏହା ବାବଦରେ ଜାଣିନଥିବା କହିଛନ୍ତି ଜିଲ୍ଲାପାଳ ।

ABOUT THE AUTHOR

...view details