ଓଡିଶା

odisha

କୃଷକ ଆନ୍ଦୋଳନ ଜାରି: ଦିଲ୍ଲୀ ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି । ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଅଧିକ ପଢନ୍ତୁ...

By

Published : Dec 2, 2020, 11:54 AM IST

Published : Dec 2, 2020, 11:54 AM IST

କୃଷକ ଆନ୍ଦୋଳନ ଜାରି
କୃଷକ ଆନ୍ଦୋଳନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଜିକୁ 7 ଦିନ ହେବ ସୀମାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଫଳରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନେକ ବ୍ୟାରିକେଡ୍‌ କରିବା ସହ ଦିଲ୍ଲୀ-ନଏଡା ସୀମାରେ ପୋଲିସ ପହରା ଦେଇଛି ।

କେନ୍ଦ୍ରସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ସେମାନଙ୍କୁ ଦିଲ୍ଲୀର ଜନ୍ତରମନ୍ତରରେ ସେମାନେ ଆନ୍ଦୋଳନ କରିବାକୁ ଆସୁଥିବାବେଳେ ସେମାନଙ୍କୁ ଏଠାରେ ଆନ୍ଦୋଳନ ପାଇଁ ଅନୁମତି ମିଳିନାହିଁ । କୃଷକଙ୍କୁ ବୁରାଡିରେ ଆନ୍ଦୋଳନ କରିବାକୁ କୁହାଯାଉଛି । ଯାହାକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଦିଲ୍ଲୀକୁ ସଂଯୋଗ କରୁଥିବା 5ଟି ରାସ୍ତାକୁ ଏମାନେ ଜାମ କରିଦେଇଛନ୍ତି ।

ସେପଟେ ଆନ୍ଦୋଳନରତ ଚାଷୀଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା ଜାରି ରଖିଛନ୍ତି । ଗତକାଲି(ମଙ୍ଗଳବାର) କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ନେତାଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି ଗୁରୁବାର ଆଉ ଥରେ ବୈଠକ ହେବ ।

ତେବେ ଗତକାଲି ବିଜ୍ଞାନ ଭବନରେ ହୋଇଥିବା ବୈଠକରେ APMC ଅଧିନିୟମ ଓ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ପ୍ରେଜେଣ୍ଟେସନ ଜରିଆରେ ବୁଝାଇବାକୁ ପ୍ରୟାସ କରିଥିଲେ ସରକାର । ତଥାପି ଆଲୋଚନାରେ କୌଣସି ସମାଧାନର ରାସ୍ତା ମିଳିନାହିଁ । ଅନ୍ୟପକ୍ଷେ ଏହି ସମସ୍ୟା ଉପରେ ଏକ କମିଟି ଗଠନ କରିବାକୁ ସହମତି ପ୍ରକାଶ ପାଇଛି ।

ବୈଠକ ବାବଦରେ ଚାଷୀ ନେତା ଚନ୍ଦା ସିଂହ କହିଛନ୍ତି, କୃଷି ଆଇନ ବିରୁଦ୍ଧରେ ଆମର ଆନ୍ଦୋଳନ ଜାରି ରହିବ । ଗୁଳି ହେଉ କିମ୍ବା ଶାନ୍ତିପୂର୍ଣ୍ଣ ସମାଧାନ, ଆମେ ନିଶ୍ଚିତ ଭାବରେ ସରକାରଙ୍କ ଠାରୁ ଏହାକୁ ପ୍ରତ୍ୟାହାର କରାଇବୁ । ଆମେ ସେମାନଙ୍କ ସହିତ ଅଧିକ ଆଲୋଚନା ଆଶା କରୁଛୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଏହି ବୈଠକର ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ବୈଠକ ସ୍ବଭିବିକ ଥିଲା ଏବଂ ଆମେ ନିଷ୍ପତ୍ତି ନେଇଛୁ ଯେ ପୂନର୍ବାର ଆଲୋଚନା 3 ଡିସେମ୍ବରରେ ହେବ। ଆମେ ଚାହୁଁଥିଲୁ ଏକ ଛୋଟ କମିଟି ଗଠନ ହେଉ, ହେଲେ ଚାଷୀ ନେତା ଚାହୁଁଛନ୍ତି ଯେ ସମସ୍ତଙ୍କ ସହ ଆଲୋଚନା ହେଉ । ଆମର ଏଥିରେ କୌଣସି ଅସୁବିଧା ନାହିଁ ବୋଲି ତୋମାର କହିଛନ୍ତି ।

କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, ପ୍ରଦର୍ଶନ ସ୍ଥଗିତ ରଖିବାକୁ ଏବଂ ଆଲୋଚନା ପାଇଁ ଆସିବାକୁ ଆମେ ଚାଷୀମାନଙ୍କୁ ନିବେଦନ କରୁଛୁ। ତେବେ ଏହି ନିଷ୍ପତ୍ତି କୃଷି ସଂଗଠନ ଏବଂ ଚାଷୀଙ୍କ ଉପରେ ନିର୍ଭର କରେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କୃଷି ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details