ଓଡିଶା

odisha

ETV Bharat / bharat

କୃଷକଙ୍କ ରେଳରୋକ ଆହ୍ବାନ, 20 କମ୍ପାନୀ ଅତିରିକ୍ତ ଫୋର୍ସ ମୁତୟନ କଲା ରେଳବାଇ

ଗୁରୁବାର କୃଷକ ସଂଗଠନ ରେଳ ରୋକ ଆହ୍ବାନ ଦେଇଥିବାବେଳେ ଏହାକୁ ଦେଖି ସୁରକ୍ଷା ବ୍ୟବସ୍ଥା ବଢାଇଲେ ରେଳବାଇ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

By

Published : Feb 17, 2021, 7:05 PM IST

କୃଷକଙ୍କ ରେଳରୋକ ଆହ୍ମାନ, 20 କମ୍ପାନୀ ଅତିରିକ୍ତ ଫୋର୍ସ ମୁତୟନ କଲା ରେଳବାଇ
କୃଷକଙ୍କ ରେଳରୋକ ଆହ୍ମାନ, 20 କମ୍ପାନୀ ଅତିରିକ୍ତ ଫୋର୍ସ ମୁତୟନ କଲା ରେଳବାଇ

ନୂଆଦିଲ୍ଲୀ: ଗୁରୁବାର କୃଷକ ସଂଗଠନ ରେଳ ରୋକ ଆହ୍ବାନ ଦେଇଥିବାବେଳେ ଏହାକୁ ଦେଖି ସୁରକ୍ଷା ବ୍ୟବସ୍ଥା ବଢାଇଲେ ରେଳବାଇ କର୍ତ୍ତୃପକ୍ଷ । ବନ୍ଦ ଦିନ ସାମ୍ଭାବ୍ୟ ଉତ୍ତେଜନା ଓ ହିଂସାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ରେଳ ସୁରକ୍ଷା ବଳର 20 ଟି ଅତିରିକ୍ତ କମ୍ପାନୀ ନିୟୋଜିତ କରାଯାଇଛି । ମୁଖ୍ୟତଃ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉପରେ ଧ୍ୟାନ ଦେଇ ରେଳବାଇ ସାରା ଦେଶରେ ଆରପିଏସଏଫର 20 ଟି ଅତିରିକ୍ତ କମ୍ପାନୀ ନିୟୋଜିତ କରିଛି।

କେନ୍ଦ୍ରର ନୂତନ କୃଷି ନିୟମ ବିରୁଦ୍ଧରେ ନେତୃତ୍ବ ନେଉଥିବା କୃଷକ ସଂଗଠନର ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍) ଗତ ସପ୍ତାହରେ ରେଳ ରୋକ ଆହ୍ମାନ ଦେଇଛି । ତେବେ ଉକ୍ତଦିନ ସମସ୍ତ ଆନ୍ଦୋଳନକାରୀ କୃଷକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ରେଳ ସୁରକ୍ଷା ବଳ ମହାନିର୍ଦ୍ଦେଶକ ଅରୁଣ କୁମାର ।

ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏବଂ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ରେଳବାଇ ବିଶେଷ ଭାବେ ଯାତ୍ରୀ ସୁରକ୍ଷା ବ୍ୟବ୍ୟସ୍ଥା ଉପରେ ଧ୍ୟାନ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ରେଳରୋକ ଦିନ ଅତିରିକ୍ତ ଭାବେ ରଲଓ୍ବେପ୍ରୋଟେକ୍ସନ୍ ସ୍ପେଶାଲ୍ ଫୋର୍ସ (ଆରପିଏସଏଫ୍) ର 20 କମ୍ପାନୀ ବା ପ୍ରାୟ 20,000 ସୂରକ୍ଷାକର୍ମୀ ନିୟୋଜିତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସାରା ଦେଶରେ ରେଳ ଅବରୋଧ କରାଯିବ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ଘୋଷଣା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details