ଓଡିଶା

odisha

By

Published : Dec 9, 2021, 2:36 PM IST

Updated : Dec 9, 2021, 4:26 PM IST

ETV Bharat / bharat

Farmer Protest: କୃଷି ଆନ୍ଦୋଳନ ପ୍ରତ୍ୟାହୃତ, ଆସନ୍ତା ୧୧ରେ ଘରକୁ ଫେରିବେ ଚାଷୀ

କୃଷି ଆନ୍ଦୋଳନ ନେଇ ଆସିଲା ବଡ଼ ଖବର । ଦୀର୍ଘ ୧ ବର୍ଷର ବିକ୍ଷୋଭ ପରେ ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଘରକୁ ଫେରିବେ ଚାଷୀ । ମିଳିତ କୃଷକ ମୋର୍ଚ୍ଚାର ଘୋଷଣା । ଅଧିକ ପଢନ୍ତୁ

FARMER PROTEST: ଦେଢ ବର୍ଷ ପରେ ହଟିଲେ ଚାଷୀ
FARMER PROTEST: ଦେଢ ବର୍ଷ ପରେ ହଟିଲେ ଚାଷୀ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଘରକୁ ଫେରିବେ ଚାଷୀ । ମିଳିତ କୃଷକ ମୋର୍ଚ୍ଚାର ଘୋଷଣା ।

ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନ ପ୍ରତ୍ୟାହୃତ । ପ୍ରେସମିଟ୍‌ରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଘୋଷଣା । କୃଷି ଆନ୍ଦୋଳନ ନେଇ ଆସିଲା ବଡ଼ ଖବର । ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କର ଆଜି ଶେଷ ହୋଇଛି ଆନ୍ଦୋଳ । ସିଂଘୁ ସୀମାରେ ଆୟୋଜିତ ସଂଯୁକ୍ତ କିଷାନ ମୋର୍ଚ୍ଚା (SKM)ର ବୈଠକରେ କୃଷକମାନେ ଏହି ଆନ୍ଦୋଳନ ବନ୍ଦ କରିବାକୁ ରାଜି ହୋଇଥିଲେ । ଏହାପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ।

Farmer Protest: କୃଷି ଆନ୍ଦୋଳନ ପ୍ରତ୍ୟାହୃତ, ଖାଲିହେଲା ସିଂଘୁ ସୀମା

ସରକାରଙ୍କ ସଂଶୋଧିତ ପ୍ରସ୍ତାବକୁ (SKM) ବୁଧବାର ଆନୁଷ୍ଠାନିକ ଭାବେ ସମ୍ମତି ଦେଇଥିଲା । ସେବେଠାରୁ କଳ୍ପନାଜଳ୍ପନା ହୋଇଥିଲା ଯେ, ଗୁରୁବାର ହେବାକୁ ଥିବା ବୈଠକ ପରେ କୃଷକମାନେ ଆନ୍ଦୋଳନ ଶେଷ କରିବାକୁ ଘୋଷଣା କରିପାରନ୍ତି । ତେବେ ସିଂଘୁ ସୀମାରେ ଆୟୋଜିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକରେ ଶେଷରେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଏପଟେ ସିଂଘୁ ବର୍ଡରରୁ ଅସ୍ଥାୟୀ ଟେଣ୍ଟ ହଟାଇଥିବା ଦେଖିବାକୁ ମିଳିଛି । ସରକାର ଆଣିଥିବା ୩ଟି କୃଷି ଆଇନ ପ୍ରତ୍ୟାହୃତ ପରେ ଆନ୍ଦୋଳନ ଭାଙ୍ଗିଛନ୍ତି ଚାଷୀ ସଙ୍ଗଠନ । ୧୧ ତାରିଖରେ ଘରକୁ ଫୋରିବା ନେଇ ଦେଇଛନ୍ତି ସୂଚନା । ଏହି ଦିନ କୃଷକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଏକ ଉତ୍ସବ ପାଳନ କରିବେ । ଏହା ବ୍ୟତୀତ ଡିସେମ୍ବର 15ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କୃଷକ ଆନ୍ଦୋଳନର ସଫଳତା ଏବଂ ବିଫଳତା ଉପରେ ଆଲୋଚନା କରାଯିବ । ତିନୋଟି କୃଷି ଆଇନ ରଦ୍ଦ ହେବା ପରେ ଏବଂ ଚାଷୀଙ୍କ ଅନେକ ପ୍ରମୁଖ ଦାବି ଗ୍ରହଣ କରାଯିବା ପରେ କୃଷକମାନେ ଏହାକୁ ସେମାନଙ୍କର ବିଜୟ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2021, 4:26 PM IST

ABOUT THE AUTHOR

...view details