ଓଡିଶା

odisha

By

Published : Nov 29, 2021, 12:34 PM IST

Updated : Nov 29, 2021, 1:08 PM IST

ETV Bharat / bharat

Farm Laws Repeal Bill: ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ

ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ(Farm law repeal) । ଅଧିକ ପଢନ୍ତୁ

ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ
ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ

ନୂଆଦିଲ୍ଲୀ:ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ(Farm law repeal) । ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ଉଚ୍ଛେଦକୁ ଫୋକସରେ ରଖାଯାଇଥିଲା । ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଗୃହରେ ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି ।

ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ହଙ୍ଗାମା କରିଥିଲେ । ଫଳରେ ବାଚସ୍ପତି ଓମ ବିର୍ଲା ୧୨ଟା ଯାଏଁ ଗୃହ ମୁଲତବୀ ରଖିଥିଲେ । ଏହାପରେ ଗୃହ ପୁନଃ ସ୍ବାଭାବିକ ହୋଇଥିଲା । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ବିଲ୍‌ ଉପସ୍ଥାପନ କରିଥିଲେ। ଏହା ପରେ ହଙ୍ଗାମା ଭିତରେ ବିଲ ପାରିତ ହୋଇଛି । ତିନି କୃଷି ଆଇନ ପ୍ରତ୍ୟାହାର ବିଲ ୨୦୨୧ ଶୁକ୍ରବାର ରାଜ୍ୟସଭା ସଦସ୍ୟଙ୍କୁ ବିତରଣ ହୋଇଥିଲା । ଲୋକସଭାରେ ପୁଣି ବିରୋଧୀଙ୍କ ହଟଗୋଳ ହୋଇଛି । ଫଳର ଗୃହ ଅଚଳ ହୋଇଛି । ଅପରାହ୍ନ ୨ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ଓମ ବିର୍ଲା ।

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପର୍ବ ଦିନ ତିନି କୃଷି ଆଇନ୍‌ ପ୍ରତ୍ୟାହର ନେଇ ଘୋଷଣା କରିଥିଲେ। ଏଥିସହ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଥିଲେ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ। କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର ଲାଗିଥିଲା । ଏହାପରେ ଲୋକସଭା ଆଜି ଏହି ବିଲ୍‌ ପାରିତ ହୋଇଛି।

@ANI

Last Updated : Nov 29, 2021, 1:08 PM IST

ABOUT THE AUTHOR

...view details