ଓଡିଶା

odisha

ETV Bharat / bharat

ବକେୟା ବିଲ୍‌ ମାଗିବାରୁ ବିଦ୍ୟୁତ କର୍ମଚାରୀଙ୍କୁ କୁକୁର ଲଗାଇ ଆକ୍ରମଣ - ଉତ୍ତରପ୍ରଦେଶ ଅପରାଧ ଖବର

Attack on electricity team in Uttar Pradesh: ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ବକେୟା ବିଦ୍ୟୁତ ଶୁକ୍ଳ ମାଗିବାରୁ ଉପଭୋକ୍ତାଙ୍କ ଜଘନ୍ୟ କାଣ୍ଡ । ମାରପିଟ ଓ ଗୁଳି ଚଳାଇବା ସହ ବିଦ୍ୟୁତ କର୍ମଚାରୀଙ୍କ ପଛରେ ଲଗାଇଦେଲେ କୁକୁର । ଅଧିକ ପଢନ୍ତୁ

ବକେୟା ଶୁକ୍ଳ ମାଗିବାରୁ ବିଦ୍ୟୁତ କର୍ମଚାରୀମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ
ବକେୟା ଶୁକ୍ଳ ମାଗିବାରୁ ବିଦ୍ୟୁତ କର୍ମଚାରୀମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

By ETV Bharat Odisha Team

Published : Dec 9, 2023, 1:48 PM IST

ଲକ୍ଷ୍ନୌ:ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟ କାଣ୍ଡ । ବକେୟା ଶୁକ୍ଳ ମାଗିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ମାଡ ମାରିବା ସହ ସେମାନଙ୍କ ପଛରେ ଲଗାଇ ଦେଲେ କୁକୁର । କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ ଲହୁଲୁହାଣ କଲେ କୁକୁର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦ ସହରରେ । ତେବେ ଆହତ କର୍ମଚାରୀମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ଦାୟର କରାଯାଇଛି । କୁକୁର ଲଗାଇବା ସହ ମାରପିଟ କରିଥିବା ନେଇ 4 ଜଣଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ବିଦ୍ୟୁତ ବିଭାଗ ଟିମ ବକେୟା ବିଦ୍ୟୁତ ଶୁକ୍ଳ ଆଦାୟ କରିବା ସହ ଓ ବିଜୁଳି ଚୋରି ହେଉଥିବା ନେଇ ତଦନ୍ତ କରିବାକୁ ଯାଇଥିଲେ ।

ବିଦ୍ୟୁତ ଚୋରି ରୋକିବାକୁ ଯାଇ ଆକ୍ରୋଶର ଶିକାର ହେଲେ ବିଦ୍ୟୁତ କର୍ମଚାରୀ । ଗୁରୁବାର ଦିନ ଉତ୍ତରପ୍ରଦେଶର ବୁଲନ୍ଦ ସହରର ଅନ୍ତର୍ଗତ କୋତବାଲି ଥାନା ଅଞ୍ଚଳର ଅମ୍ବା କଲୋନୀରେ ଏହି ଘଟଣା ଘଟିଛି । ସ୍ଥାନୀୟ ଜେଇ ଓ ଏସଡିଓଙ୍କ ସମେତ 4 ଜଣ ବିଦ୍ୟୁତ କର୍ମଚାରୀ ଯାଞ୍ଚ କରିବା ପାଇଁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ଏସଡିଓ ରେଣୁ ଶର୍ମାଙ୍କ ସୂଚନା ଅନୁଯାୟୀ, 'ଜଣେ ଉପଭୋକ୍ତା ଉପରେ ପାଖାପାଖି 3.57ଲକ୍ଷ ଟଙ୍କାର ବିଦ୍ୟୁତ ଶୁକ୍ଳ ବକେୟା ରହିଥିଲା । ଏହି ଟଙ୍କା ପରିଶୋଧ କରିବା ନେଇ ତାଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଏହାକୁ ସେମାନେ ଟାଳି ଚାଲିଥିଲେ । ଏହାପରେ ସେହି ପରିବାର ବିଦ୍ୟୁତ ଚୋରି କରୁଥିବା ନେଇ ମଧ୍ୟ ସୂଚନା ମିଳିଥିଲା । ତେବେ ବକେୟା ଶୁକ୍ଳ ଓ ବିଦ୍ୟୁତ ଚୋରିର ଯାଞ୍ଚ କରିବା ଅମ୍ବା କଲୋନିର ରାଜେନ୍ଦ୍ର ଚୌଧୁରୀଙ୍କ ପତ୍ନୀ କବିତା ଚୌଧୁରୀଙ୍କ ଘରକୁ ଯାଇଥିଲୁ । ସେଠାରେ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ ମାଗିବାରୁ ଏନେଇ ବିଦ୍ୟୁତ ଟିମଙ୍କୁ ଗାଳିଗୁଳଜ କରିବା ସହ ମାରପିଟ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ନିମିଷକେ ମିଳାଇଗଲା ବିବାହ ଖୁସି, ହଳଦୀ ବିଧି ବେଳେ କାନ୍ଥ ଭୁଶୁଡି 6 ମୃତ

ଅନ୍ୟପଟେ ଆହତ ଜେଇ ଜ୍ୟୋତି ଭାସ୍କର ସିହ୍ନାଙ୍କ କହିବାନୁଯାୟୀ, "କବିତା ଚୌଧୁରୀଙ୍କ ନାଁରେ ବିଜୁଳି ଚୋରି ଅଭିଯୋଗ ଆସିଥିବା ବେଳେ ତାହାର ଯାଞ୍ଚ ପାଇଁ ଯାଇଥିଲୁ । ଏହି ସମୟରେ ତାଙ୍କୁ ବିଦ୍ୟୁତ ଚୋରି କରୁଥିବାରୁ ଜରିମାନା ଭରିବାକୁ କହିଥିଲୁ । କିନ୍ତୁ କବିତାଙ୍କ ପୁଅ ବିଶାଲ ଚୌଧୁରୀ ଜରିମାନା ଭରିବାକୁ ସିଧାସଳଖ ମନା କରିବା ସହ ଗାଳି ଗୁଳଜ କରି ଘର ଭିତରକୁ ଚାଲିଯାଇଥିଲେ । ଏହାପରେ 3ରୁ 4 ଟି କୁକୁର ନେଇ ଘର ଭିତରୁ ବାହାରି ଆମ ଟିମ ପଛରେ ସେହି କୁକୁରଗୁଡିକୁ ଛାଡି ଦେଇଥିଲେ । ଆଉ 2 ଜଣ ଯୁବକ ଘର ଭିତରୁ ଲୁହା ରଡ ଓ ବାଡି ଆଣି ଆମମାନଙ୍କ ଉପରେ ଆକ୍ରମଣ କରିଥିଲେ । ଦୌଡୁଥିବା ବେଳେ ଆମ ଉପରକୁ ପିସ୍ତଲରୁ ଗୁଳି ଚଳାଇବାକୁ ଉଦ୍ୟମ ବି କରିଥିଲେ ।"

ତେବେ ବିଦ୍ୟୁତ କର୍ମଚାରୀଙ୍କ ହାତ ଓ ପିଠିରେ କୁକୁର କାମୁଡା ଦାଗ ରହିଥିବା ଦେଖିବାକୁ ମିଳିଛି । ଏହି ମାମଲାରେ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋତବାଲି ଇନସ୍ପେକ୍ଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details