ମୁମ୍ବାଇ: ମୁମ୍ବାଇର ଜାଭେରୀ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆପଣ ଅକ୍ଷୟ କୁମାରଙ୍କ 'ସ୍ପେଶାଲ୍ ୨୬' ଫିଲ୍ମ ଦେଖିଥିବେ ନିଶ୍ଚୟ । ଫିଲ୍ମ ଷ୍ଟାଇଲ୍ରେ ଏଠାରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏହି ଚଳଚ୍ଚିତ୍ରରେ ନକଲି ଭିଜିଲାନ୍ସ ଅଧିକାରୀ ଭାବରେ ଆସି ଲୋକଙ୍କ ଘରେ ରେଡ୍ କରି ସବୁ ଲୁଟି ପଳାଉଥିଲେ । ସେହିଭଳି ଜଣେ ବ୍ୟକ୍ତି ଇଡି ଅଧିକାରୀ ଭାବେ ପରିଚୟ ଦେଇ ଜାଭେରୀ ବଜାରର ଜଣେ ବ୍ୟବସାୟୀଙ୍କଠାରୁ କୋଟିକୋଟି ଟଙ୍କାର ଗହଣା ଲୁଟି ନେଇଛି । ବାସ୍ତବରେ, ଇଡି ନାମ ଶୁଣିବା ମାତ୍ରେ ଲୋକମାନେ ଭୟରେ ଥରି ଉଠୁଛନ୍ତି । ଏହାର ଫାଇଦା ଉଠାଇ ଅସାଧୁ ବ୍ୟକ୍ତିମାନେ ନକଲି ଇଡି ଅଧିକାରୀ ଭାବରେ ପରିଚୟ ଦେଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ଅଜ୍ଞାତ ବ୍ୟକ୍ତି ଜଣେ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ନିଜକୁ ଇଡି ଅଧିକାରୀ ବୋଲି କହି ରେଡ କରିଥିଲେ । ଅଭିଯୁକ୍ତମାନେ ଅଭିଯୋଗକାରୀ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କ ହାତ ବାନ୍ଧିଥିବା ଦେଇଥିଲେ ସୂଚନା ମିଳିଛି । ଏହାପରେ କାର୍ଯ୍ୟାଳୟରୁ ୨୫ ଲକ୍ଷ ଟଙ୍କା ଏବଂ ତିନି କିଲୋଗ୍ରାମ ସୁନା ନେଇ ସେଠାରୁ ଚମ୍ପଟ ମାରିଥିଲେ । ୩ କିଲୋଗ୍ରାମ ସୁନା ଚୋରି ସୁନାର ମୋଟ ମୂଲ୍ୟ ଏକ କୋଟି ସାତ ଲକ୍ଷ ବୋଲି କୁହାଯାଉଛି ।