ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଜର୍ମାନୀ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ବୈଠକରେ ସାମିଲ ହୋଇ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାସହ ଆନ୍ତର୍ଜାତିକ ସମସ୍ୟାକୁ ଓ ଭିନ୍ନ ପ୍ରସଙ୍ଗ ରେ ମଧ୍ୟ ଆଲୋଚନ କରିଛନ୍ତି ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ।
ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜର୍ମାନ ବୈଦେଶିକ ମନ୍ତ୍ରୀ ଏନାଲିନା ବେୟରବୋକଙ୍କ ମଧ୍ୟରେ ଦୀର୍ଘ 3 ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ହିନ୍ଦ ପ୍ରଶାନ୍ତ ମହାସାଗର, ଋଷ-ୟୁକ୍ରେନ ସଂକଟ, ଆଫଗାନିସ୍ତାନ ସ୍ଥିତି, ଓ ବିଶ୍ବ ବର୍ତ୍ତମାନ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।
ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଇରାନ ଓ ସାଉଦି ଆରବ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ବୈଠକରେ ସାମିଲ ହୋଇଥିଲେ । ସାଉଦି ଆରବ ସହ ଉଭୟ ଦେଶର ସାମାରିକ ଶକ୍ତିକୁ ବିସ୍ତାର ସହଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗର ଆଲୋଚନା କରିଛନ୍ତି ।