ଚଣ୍ଡିଗଡ:ପଞ୍ଜାବରେ ୧୧୭ ଆସନ ପାଇଁ ମତଦାନ ଶେଷ ହୋଇଥିବା ବଳେ ଆସନ୍ତା ୧୦ ରେ ପ୍ରକାଶ ପାଇବ ଜନାଦେଶ । ଏହାପୂର୍ବରୁ ଏକାଧିକ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ପୂର୍ବାନୂମାନରେ ଆମ ଆଦମି ପାର୍ଟିକୁ କ୍ଷମତା ମିଳିବା ନେଇ ସଙ୍କେତ ମିଳିଛି ।
ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଦ୍ବାରା ପ୍ରକାଶିତ ଆକଳନ ଅନୁସାରେ ପଞ୍ଜାବରେ ମୋଟ ୧୧୭ ଆସନ ମଧ୍ୟରୁ ସର୍ବାଧିକ ୭୩ ଆସନ AAP ଖାତାକୁ ଯିବ । ସେହିପରି ବର୍ତ୍ତମାନ ଶାସନରେ ଥିବା କଂଗ୍ରେସ ମାତ୍ର ୨୫ଟି ଆସନ, ଅକାଳୀ ଦଳ ୭ ରୁ ୧୧ଟି ଆସନ, ବିଜେପିକୁ ମାତ୍ର ୧ ରୁ ୪ ଟି ଆସନ, ଅନ୍ୟମାନେ ମାତ୍ର ଗୋଟିଏରୁ ଦୁଇଟି ଆସନ ମଧ୍ୟରେ ସୀମିତ ରହିବାକୁ ପଡିପାରେ ।
ସେହିପରି ଅନ୍ୟତମ ପ୍ରମୁଖ ସଂସ୍ଥା ABP ଓ ସି-ଭୋଟର ଦ୍ବରା କରାଯାଇଥିବା ଆକଳନ ଅନୁସାରେ, ସର୍ବାଧିକ ୫୬ ଆସନ ଆପ ଖାତାକୁ ଯାଇପାରେ । ସେହିପରି କ୍ଷମତାରେ ଥିବା କଂଗ୍ରେସ ମାତ୍ର ୨୫ଟି ଆସନ, ଶିରୋମଣୀ ଅକଳୀ ଦଳ ୨୩, ବିଜେପି ୧୦ ଓ ଅନ୍ୟମାନେ ମାତ୍ର ୩ ଆସନରେ ସଫଳତା ପାଇବେ । ଗତ ନିର୍ବାଚନରେ କଂଗ୍ରେସ ୭୭ ଟି ଆସନ ଜିତି କ୍ଷମତାକୁ ଆସିଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଅନୂସାରେ ଆପକୁ ମିଳିପାରେ ସରକାର କରିବାର କ୍ଷମତା ।