ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଆଜି(ଗୁରୁବାର) ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଜଷ୍ଟିସ ଦିନେଶ କୁମାର ଶର୍ମାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆବେଦନର ଶୁଣାଣି କରିବେ । ଏହାପୂର୍ବରୁ ଗତ ମାର୍ଚ୍ଚ ୩୧ ତାରିଖରେ ତଳକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ତଳକୋର୍ଟରେ ଜାମିନ ନମିଳିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ତଳକୋର୍ଟ ବରିଷ୍ଠ ଆପ୍ ନେତାଙ୍କ ଜାମିନ ଆବେଦନ ଖାରଜ କରି କହିଥିଲେ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ନୂଆ ଅବକାରୀ ନୀତି ଲାଗୁ ପ୍ରଣୟନ ଓ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ତାଙ୍କର ବଡ ଭୂମିକା ରହିଛି । ପୂର୍ବରୁ ପ୍ରମାଣ ନଷ୍ଟ କରିବା ଲାଗି ସେ ନିଜ ଫୋନକୁ ମଧ୍ୟ ନଷ୍ଟ କରିଦେଇଥିଲେ । ଏଣୁ ଜାମିନ ମିଳିଲେ ଅନ୍ୟ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ସିବିଆଇ ପକ୍ଷରୁ ଡିପି ସିଂ ଯୁକ୍ତି ବାଢିଥିଲେ । ତାଙ୍କୁ ଜାମିନ ଦିଆଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି କହି କୋର୍ଟ ଆବେଦନ ଖାରଜ କରିଦେଇଥିଲେ । ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଗତକାଲି(ବୁଧବାର) ଆପ୍ ନେତା ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।
ଏହାମଧ୍ୟ ପଢନ୍ତୁ: President Murmu To Visit Assam: ଆଜିଠୁ ତିନି ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି