କୋଲକାତା:ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ନିର୍ବାଚନ ସମୟରେ ଟିଏମସି ନେତାଙ୍କ ଘରୁ ମିଳିଛି EVM ଓ VVPAT । ଏହାକୁ ନେଇ କଡା ପଦକ୍ଷେପ ନେଇଛି ନିର୍ବାଚନ କମିସନ । ଏହି କାର୍ଯରେ ଯେଉଁମାନେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଭାରତୀୟ ନିର୍ବାଚନ କମିଶନ ।
ପଶ୍ଚିମବଙ୍ଗ ଉଲୁବୁରିଆ ବିଧାନସଭା ଆସନରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଉଲୁବୁରିଆ ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ନେତାଙ୍କ ଘରୁ ମିଳିଛି EVM ଓ VVPAT । ଟିଏମସି ନେତାଙ୍କ ଘରେ ଇଭିଏମ ଓ ଭିଭିପ୍ୟାଟ ମିଳିବା ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏହା ପରେ ଏହି ଅଞ୍ଚଳରେ ଦାୟିତ୍ବରେ ଥିବା ସେକ୍ଟର ଅଫିସରଙ୍କ ନିଲମ୍ବିନ କରାଯାଇଛି । ଏହାପରେ ସାଧାରଣ ପର୍ଯ୍ୟବେକ୍ଷକ ଥିବା ନିଜର ପୱନ ଘଟଣାର ଅନୁଧ୍ୟାନ କରି ଇଭିଏମ ଓ ଭିଭିପ୍ୟାଟକୁ ଯାଞ୍ଚ କରିଥିଲେ । ଏହା ପରେ ଏହା ଠିକ ଥିବା ଜଣାପଡିବା ସହ ତୁରନ୍ତ ଷ୍ଟୋରରୁମକୁ ନିଆଯାଇଛି ।