ଓଡିଶା

odisha

ETV Bharat / bharat

Sengol: ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ, କାହିଁକି ଏମିତି କହିଲେ ଥରୁର

ଲୋକସଭାରେ ସେଙ୍ଗୋଲ ସ୍ଥାପନ ପ୍ରସଙ୍ଗରେ ଆସିଲା ଶଶି ଥରୁରଙ୍କ ପ୍ରତିକ୍ରିୟା । କହିଲେ ଏହାକୁ ସମସ୍ତେ ସ୍ବୀକାର କରିବା ଉଚିତ । କ’ଣ ରଖିଲେ ତର୍କ ? ଅଧିକ ପଢନ୍ତୁ

Sengol: ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ, କାହିଁକି ଏମିତି କହିଲେ ଥରୁର
Sengol: ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ, କାହିଁକି ଏମିତି କହିଲେ ଥରୁର

By

Published : May 28, 2023, 10:25 PM IST

ନୂଆଦିଲ୍ଲୀ:ଆଜି ସଂସଦ ଭବନ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଲୋକସଭା ବାଚସ୍ପତିଙ୍କ ଆସନର ବାମ ପାର୍ଶ୍ବରେ ସ୍ଥାପିତ ହୋଇଛି ଦାକ୍ଷିଣାତ୍ୟର ଚୋଳ ରାଜବଂଶ ଶାସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ‘ସେଙ୍ଗୋଲ’ ବା ରାଜଦଣ୍ଡ । ଲୋକସଭାରେ ସେଙ୍ଗୋଲ ସ୍ଥାପନ କରାଯିବାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ସେଙ୍ଗୋଲକୁ ସମସ୍ତେ ସ୍ବୀକାର କରିନେବା ଉଚିତ ବୋଲି ଶଶି କହିଛନ୍ତି ।

ଟ୍ବିଟ୍‌ କରି ଶଶି କହିଛନ୍ତି,‘‘ସେଙ୍ଗୋଲ ବିବାଦ ଉପରେ ମୋର ନିଜର ମତ ହେଉଛି, ଉଭୟ ପକ୍ଷଙ୍କ ନିକଟରେ ଏ ସମ୍ପର୍କରେ ଉଚିତ ତର୍କ ରହିଛି । ପବିତ୍ର ସାର୍ବଭୌମତ୍ୱ ଏବଂ ଧର୍ମର ନିୟମକୁ ଦର୍ଶାଇ ଏହି ରାଜଦଣ୍ଡ ପରମ୍ପରାର ନିରନ୍ତରତାକୁ ସୂଚିତ କରୁଛି ବୋଲି ସରକାର ଦାବି କରୁଛନ୍ତି । ବିରୋଧୀଙ୍କ ଯୁକ୍ତି ଯଥାର୍ଥ ଯେ, ଦେଶବାସୀଙ୍କ ନାମରେ ସମ୍ବିଧାନ ପ୍ରସ୍ତୁତ କରାଯାଇଛି ଏବଂ ସଂସଦରେ ଦେଶବାସୀଙ୍କ ପ୍ରତିନିଧିତ୍ୱରେ ହିଁ ସାର୍ବଭୈମତ୍ୱ ରହିଛି । ସମ୍ବିଧାନ କେବେ ହେଲେ ରାଜାଙ୍କୁ ରାଜକୀୟ ଅଧିକାର ଦ୍ବାରା ପ୍ରଦାନ କରାଯାଇଥିବା ଇଶ୍ୱରୀୟ ଅଧିକାର ହୋଇପାରିବ ନାହିଁ ।’’

ହେଲେ ଉଭୟ ତର୍କକୁ ଏକାଠି ବିଚାର କରାଯାଇପାରେ, ଯଦି ମାଉଣ୍ଟବ୍ୟାଟେନଙ୍କ ଦ୍ବାରା ନେହୁରୁଙ୍କୁ କ୍ଷମତା ହସ୍ତାନ୍ତରଣ ସ୍ବରୂପ ସେଙ୍ଗୋଲ ପ୍ରଦାନ ନେଇ ଥିବା କାଳ୍ପନିକ ବା ପ୍ରମାଣ ବିହୀନ କାହାଣୀକୁ ବାଦ ଦିଆଯାଇପାରିବ । ରାଜଦଣ୍ଡ ସେଙ୍ଗୋଲ ହେଉଛି ଶକ୍ତି ଏବଂ ଅଧିକାରର ଏକ ପାରମ୍ପରିକ ପ୍ରତୀକ । ଏହାକୁ ଲୋକସଭାରେ ସ୍ଥାପନ କରିବା ଦ୍ବାରା, ସାର୍ବଭୌମତ୍ୱ ଲୋକସଭାରେ ରହିଛି ଏବଂ କୌଣସି ରାଜାଙ୍କ ସହିତ ନୁହେଁ ବୋଲି ଭାରତ ନିଶ୍ଚିତ କରୁଛି । ବର୍ତ୍ତମାନର ଏହି ମୂଲ୍ୟବୋଧକୁ ନିଶ୍ଚିତ କରିବାକୁ ହେଲେ ଅତୀତର ଏହି ପ୍ରତୀକକୁ ସମ୍ମାନ ଦେବା ଆବଶ୍ୟକ ।’’

ଆଜି ଲୋକାର୍ପଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ସ୍ଥାପନ କରିଛନ୍ତି । ଏହାକୁ ନେଇ ଚର୍ଚ୍ଚା ଓ ବିବାଦ ମଧ୍ୟ ଲାଗି ରହିଛି । କେହି କେହି ଏହାକୁ ରାଜା ଶାସନର ସଙ୍କେତ ଭାବେ ବିବେଚନା କରି ଗଣତନ୍ତ୍ରରେ ଏହାର ଆବଶ୍ୟକତା ନଥିବା କହୁଛନ୍ତି । ହେଲେ ଏହାରି ମଧ୍ୟରେ ଦାକ୍ଷିଣାତ୍ୟ ଚୋଳ ରାଜବଂଶର ଏହି ପ୍ରତୀକ ଭାରତୀୟ ସଂସଦର ଅବିଚ୍ଛେଦ ଅଙ୍ଗ ଭାବେ ମାନ୍ୟତା ପାଇସାରିଛି ।

ଆଜି ନୂତନ ସଂସଦକୁ ଦେଶକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲା, ତାମାମ କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କ ସମେତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟ ବିରୋଧୀ କଂଗ୍ରେସ ସମେତ 19ଟି ରାଜନୈତିକ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ । ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ଅଗଣତାନ୍ତ୍ରିକ ବୋଲି ସେମାନେ ସୂଚୀ ପ୍ରକାଶ ପାଇବା ପର ଠାରୁ ଅଭିଯୋଗ କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details