ନୂଆଦଲ୍ଲୀ:ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ ଆୟୋଗ (European Commission) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲାଏନ । ଚଳିତ ମାସ (ଏପ୍ରିଲ୍) 24-25 ତାରିଖରେ ପର୍ଯ୍ୟନ୍ତ ସେ ସରକାରୀ ଗସ୍ତରେ ଭାରତ ଆସୁଥିବା ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ଆୟୋଗର ଅଧ୍ୟକ୍ଷା ଭାବେ ଦାୟିତ୍ବ ନେବା ପରେ ଉର୍ସୁଲା ଭନ୍ ଡେର୍ ଲେନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ ।
ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । ପରେ ଲାଏନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ସାକ୍ଷାତ ଓ ଆଲୋଚନା କରିବେ । ସେ ରାଇସିନା ଡାଇଲଗର ମୁଖ୍ୟ ଅତିଥି ଭାବେ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି ଏପ୍ରିଲ 25 ରେ ଏହାର ଉଦଘାଟନୀ ଅଧିବେଶନରେ ଥିବା ବେଳେ ସେ ଏଥିରେ ଅଂଶଗ୍ରହଣ କରିବେ ।