ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 25, 2022, 9:15 PM IST

୧.ପୁଣି ଚର୍ଚ୍ଚାରେ ଆଥେଲଟ ଭଉଣୀ ଦୂତି ସରସ୍ବତୀ, ସୋସିଆଲ ମିଡିଆରେ ପରସ୍ପରର ଚରିତ୍ର ସଂହାର

ପୁଣି ଚର୍ଚ୍ଚାରେ ୨ ଆଥଲେଟ ଭଉଣୀ ଦୂତି ଚାନ୍ଦ ଓ ସରସ୍ବତୀ ଚାନ୍ଦ । ସୋସିଆଲ ମିଡ଼ିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ପରସ୍ପରର ଚରିତ୍ର ସଂହାର କରିଛନ୍ତି ।

୨.ସମ୍ବଲପୁରରୁ କୋଲକାତା ଗଡିବ ପାସେଞ୍ଜର ଟ୍ରେନ୍‌, ଭିତ୍ତିଭୂମିର ତଦାରଖ କଲେ ଧର୍ମେନ୍ଦ୍ର

ଅବିଭକ୍ତ ଅନୁଗୋଳ ଓ ଢେଙ୍କାନାଳକୁ ଦିନିକିଆ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ କୋଲକାତାକୁ ଦୈନିକ ପାସେଞ୍ଜର ଟ୍ରେନ ଚାଲିବାକୁ ଥିବାରୁ ସେ ବିଭିନ୍ନ ରେଳ ଷ୍ଟେସନ ବୁଲି ଭିତ୍ତିଭୂମିର ତଦାରଖ କରିଛନ୍ତି ।

୩.ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ତେଜିଲା ରାଜନୀତି, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଡିସିପିଙ୍କ ଆଗରେ କଂଗ୍ରେସର ଦାବି ।

୪.ସରକାରୀ ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଦଶମ ଶ୍ରେଣୀ ଛାତ୍ର ଅଟକ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଗ୍ରାମ ପଞ୍ଚାୟତର ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି ।

୫.Man ki baat: ସଚେତନତାର ଏକ ଆନ୍ଦୋଳନ କହିଲେ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀଙ୍କ ମନକି ବାତ୍‌ ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ମନକି ବାତ ଏବେ ସାଧାରଣ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା ହୋଇଛି ।

୬.ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନ ବିଜେଡି କରିବ ବଡ଼ ବୈଠକ, ପ୍ରତିକ୍ରିୟା ରଖିଲେ ସମୀର ମହାନ୍ତି

ସେପ୍ଟେମ୍ବର ୨୯ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହିଦିନ ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ଉପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

୭.ହରିୟାଣାରେ ତୃତୀୟ ସାମୁଖ୍ୟ ପ୍ରସ୍ତୁତି, ସମ୍ମାନ ଦିବସ ରାଲିରେ ଯୋଗଦେଲେ ବିରୋଧୀ ନେତା

ହରିୟାଣାର ଏକ ସମ୍ମାନ ଦିବସ ରାଲି ଆରମ୍ଭ ହୋଇଥିଲା(samman divas rally in Hariyana) । ରାଲିରେ ବିପକ୍ଷର ହେବିୱେଟ୍‌ ଯୋଗେଁ ଦେଇଥିଲେ ।

୮.Congress President Election: ୩୦ରେ ନାମାଙ୍କନ ଭରିପାରନ୍ତି ଶଶି ଥରୁର

ଶଶି ଥରୁର୍‌ ନାମାନଙ୍କ ଭରିବା ପାଇଁ ବିଭିନ୍ନ ରାଜ୍ୟର ପ୍ରତିନିଧି ସହ ସମ୍ପର୍କରେ ରହିଥିବା ଚର୍ଚ୍ଚା (Sashi Tharoor on Congress President Election)।

୯.Boat accident in Bangladesh: ଡଙ୍ଗାବୁଡ଼ି ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ

ବାଂଲାଦେଶରେ ଯାତ୍ରୀବାହୀ ଡଙ୍ଗାବୁଡ଼ି ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଯାତ୍ରୀବାହୀ ଡଙ୍ଗାରେ ପ୍ରାୟ ୭୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।

୧୦.ହାଇଦ୍ରାବାଦ ଟି୨୦: ଭାରତ ଆଗରେ ୧୮୭ ରନର ଟାର୍ଗେଟ

ଭାରତ ଆଗରେ ୧୮୭ ରନର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଛି ।

ABOUT THE AUTHOR

...view details